ନବମ,ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ମୁଖ୍ୟମନ୍ତ୍ରୀ ପରିଧାନ ବ୍ୟବସ୍ଥା ଯୋଜନା

ନବମ,ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ମୁଖ୍ୟମନ୍ତ୍ରୀ ପରିଧାନ ବ୍ୟବସ୍ଥା ଯୋଜନା

ଭୁବନେଶ୍ୱର :  ନବମ ,ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ ଓ ଜୋତାମୋଜା । ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ୍ରେ ପଢୁଥିବା ଛାତ୍ରଛାତ୍ରୀ ସାମିଲ କରାଯିବ । ମୁଖ୍ୟମନ୍ତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲ୍ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ । ଚଳିତ ଶିକ୍ଷାବର୍ଷାରୁ ଏହା କାର୍ଯ୍ୟକାରୀ କରାଯିବ । ଏସଂକ୍ରାନ୍ତରେ ରାଜ୍ୟର ସମସ୍ତ ଜିଲ୍ଲାଅଧିକାରୀ ମାନଙ୍କୁ ଅବଗତ କରାଯାଇଛି ।

ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଓ ଜୋତା-ମୋଜା ପାଉଥିବା ବେଳେ ଏବେ ଏହା ହାଇସ୍କୁଲ ପିଲା ଏହି ସୁବିଧା ମିଳିବାକୁ ନେଇ ସରକାରୀ ହାଇସ୍କୁଲରେ ଉତ୍ସାହ ଦେଖାଦେଇଛି । ହାଇସ୍କୁଲ ଛାତ୍ରଛାତ୍ରୀ ପାଇଁ ପୋଷାକ ଓ ଜୋତା-ମୋଜା ଯୋଜନା ଚଳିତ ଶିକ୍ଷାବର୍ଷରୁ କାର୍ଯକାରୀ ହେଉଥିବାରୁ ଏଥିପାଇଁ ପ୍ରକ୍ରିୟାକରଣ ଆରମ୍ବ ହୋଇଯାଇଛି ।

ପୋଷାକ,ଜୋତା-ମୋଜା କ୍ରୟ ଓ ବିତରଣ ପାଇଁ ବ୍ଲକସ୍ତରରେ ଏକ କମିଟି ଗଠିତ ହେବ । ଏହି କମିଟି ନେତୃତରେ ଏମ୍ଏସ୍ଏମଇ ବା ସୀକୃତିପ୍ରାପ୍ତ ଏସ୍ଏଚ୍ଜି ପୋଷାକ କ୍ରୟ ବା ବଂଟନ ଦାଯିତ୍ୱ  ଦିଆଯିବ । ସେମାନେ ଛାତ୍ରଛାତ୍ରୀ ପାଇଁ ଉପଯୁକ୍ତ ପୋଷାକ ସହିତ ଜୋତାମୋଜା ଯୋଗାଡ କରି ପିଲାମାନଙ୍କୁ ବଂଟନ କରିବେ । ଜଣେ ଛାତ୍ର/ଛାତ୍ରୀ   ବର୍ଷକ ପାଇଁ ୨ହଳ ପୋଷାକ ଓ ଏକ ହଳ ଯୋତା ,ଏକ ହଳ ମୋଜା ପ୍ରଦାନ କରାଯିବ ।

ଛାତ୍ର ପାଇଁ ଫୁଲ୍ପ୍ୟାଂଟ  ଓ ସାର୍ଟ ରହିଥିବା ବେଳେ ଛାତ୍ରୀ ପାଇଁ ଚୁଡିଦାର -ପଞାବୀ ପୋଷାକ ରହିଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତୀ ପାଇଁ ପୋଷାକ ଜୋତା-ମୋଜା ଛାଡି ଚଳିତବର୍ଷରୁ ଟି-ସାର୍ଟ, ଟ୍ରାକସୁଟ,ଆଇକାର୍ଡ ଓ ଟୋପି ମିଳିବ ।

ନୂଆ ଯୋଜନା ଅନୁସାରେ ପ୍ରାଇମେରି ସେକ୍ସନ୍ ପିଲାଙ୍କୁ ୪ଟି ହାଉସ୍ ରେ ବିଭକ୍ତ କରାଯିବ , ଯଥା ;- ସାହିତ୍ୟ ସୃଜନୀ , କ୍ରୀଡାଙ୍ଗନ ,ଜିଜ୍ଞାସା ଓ ଆଇଟି ଗ୍ରୁପା ପ୍ରତି ହାଉସ୍କୁ ନିଦ୍ଧିଷ୍ଟ ରଙ୍ଗର ଟି-ସାର୍ଟ ,ଟ୍ରାକ ସୁଟ୍ ,ଟୋପି ଦିଆଯିବ । ପ୍ରତି ମାସରେ ଦୁଇଟି ଶନିବାର ଦିନ ସେମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ମଧ୍ୟ ଚଳିତ ଶିକ୍ଷାବର୍ଷ ୨୦୨୩-୨୪ରୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା ହୋଇଛି ।