ଜଣଙ୍କ କାର୍ଯ୍ୟ ପାଇଁ ବିଜେପି ପୂରା ପୁଲିସକୁ ଅପମାନିତ କରୁଛି: ମୁଖ୍ୟମନ୍ତ୍ରୀ

naveen pattanayak

ଜଣଙ୍କ କାର୍ଯ୍ୟ ପାଇଁ ବିଜେପି ପୂରା ପୁଲିସକୁ ଅପମାନିତ କରୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଗୁଳି କରି ହତ୍ୟା କରିବାକୁ ନେଇ ବିଜେପି ସରକାରଙ୍କୁ ଘେରିଥିବାବେଳେ ବିଜେପି ଜଣଙ୍କ କାର୍ଯ୍ୟକୁ ପାଇଁ ପୂରା ପୁଲିସକୁ ଅପମାନିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ବୁଧବାର ବିଧାନସଭାରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । 
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଏବେ ବିଧାନସଭା ଉଠୁଛି ପଡ଼ୁଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରୁଛନ୍ତି । ତେବେ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ସୂଚନା ଦେଇଛନ୍ତି  । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜର ବିବୃତ୍ତି ରଖି ଏକ ବଡ଼ ସୂଚନା ଦେଇଛନ୍ତି ।
ନବ ଦାସ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହତ୍ୟାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ମାଗିଛି ।  ଏନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି । ଏଫବିଆଇ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଅନୁରୋଧ କରିଛୁ । ତଦନ୍ତର କୌଣସି ଦିଗକୁ ବି ଛଡ଼ା ଯାଉନଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଏହି ଘଟଣାର ରାଜନୀତିକରଣ ନକରିବାକୁ ସେ ବିରୋଧୀକୁ ଅପିଲ କରିଛନ୍ତି ।
ସେ କହିଛନ୍ତି ଯେ ଅଭିଯୁକ୍ତର ଆଚରଣ ସମ୍ପର୍କରେ ତର୍ଜମା ପାଇଁ ଏଫବିଆଇ ସହାୟତା ନିଆଯିବ ।  ତେବେ ଘଟଣାକୁ ନେଇ ଯେମିତି ରାଜନୀତିକରଣ କରାଯାଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ।  ରାଜନୀତିକରଣ କରାଯିବା ମୋତେ ଓ ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଆସୁଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସେ କହିଛନ୍ତି ।