ଆଗ ମାଟି ତା’ପରେ ପାର୍ଟି: ନରସିଂହ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ‘ଜନ୍ମଦିନ ଅନୁଚିନ୍ତା’ ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଥିବାବେଳେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସୌମ୍ୟ ପଟ୍ଟନାୟକ ଠିକ୍ କଥା କହିଛନ୍ତି । ଆଗ ମାଟି ତା’ପରେ ପାର୍ଟି । ପୂର୍ବରୁ ସେ ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗ ଉଠାଇଥିଲେ । ସଚିବଙ୍କ ଗସ୍ତବେଳେ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ ହେଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଲୋକଙ୍କୁ ଖାଇବାକୁ ଦିଆଯାଉଛି, ଗାଡ଼ିରେ ସଭାସ୍ଥଳକୁ ଅଣାଯାଉଛି ଏପରିକି ଜିଲ୍ଲା ବାହାରର ଲୋକଙ୍କୁ ମଧ୍ୟ କାର୍ୟ୍ୟକ୍ରମ ସ୍ଥଳକୁ ଅଣାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ପଟ୍ଟନାୟକ ନିଜ ଲେଖା ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଜିଲ୍ଲା ଗସ୍ତର ଆବଶ୍ୟକତା ଓ ଏଥିପାଇଁ ୩୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରିବା ସହ କଡ଼ା ସମାଲୋଚନା କରିଛନ୍ତି ।