୪ ରାଜ୍ୟରେ କଂଗ୍ରେସ ବାଜି ମାରିବ କହିଲେ ନରସିଂହ
ବଲାଙ୍ଗୀର: ଆସନ୍ତା ମାସରେ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତାରିଖ ଘୋଷଣା ହୋଇସାରିଛି । ନଭେମ୍ବର ୭ରୁ ୩୦ ମଧ୍ୟରେ ୫ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୪ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । ବିଜେପି କେଉଁ ରାଜ୍ୟରେ ସରକାର ଗଠନ କରିପାରିବ ନାହିଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି, ''ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ନିର୍ବାଚନ କମିଶନ ଠିକ ସମୟରେ ତାରିଖ ଘୋଷଣା କରିଛନ୍ତି । ଆଶା କରୁଛି ନିରପେକ୍ଷ ଭାବେ ନିର୍ବାଚନ ଶେଷ ହେବ । ୫ଟି ରାଜ୍ୟରୁ ୪ଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ । କଂଗ୍ରେସ ନିଶ୍ଚିତ ଭାବରେ ସବୁଠି ସଫଳ ହେବ । କୌଣସି ରାଜ୍ୟରେ ବିଜେପି ସରକାର ଗଠନ କରିପାରିବ ନାହିଁ । ଏହି ସବୁ ରାଜ୍ୟରେ ବିଜେପି ସରକାର ଗଢିବାରେ ବିଫଳ ହେବ ।''
ଓଡିଶା ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ବିଧାୟର ନରସିଂହ ମିଶ୍ର କହିଛନ୍ତି ଯେ, ଓଡିଶା ନିର୍ବାଚନ ପାଇଁ ଅହୁରି ୫ ମାସ ସମୟ ଅଛି । ଯେଉଁ ସମୟରେ ହେବା କଥା ସେହି ସମୟରେ ନିର୍ବାଚନ ହେବ । ଆମେ ଆଶା କରୁଛୁ କି ଓଡିଶାରେ ଶାସନ ପରିବର୍ତ୍ତନ ହେଉ କଂଗ୍ରେସ ଲାଭବାନ ହେବ ।
ପ୍ରକାଶ ଥାଉକି, ଆସନ୍ତା ନଭେମ୍ବର ୭ରୁ ୩୦ ତାରିଖ ମଧ୍ୟରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୪୦ ଆସନ ବିଶିଷ୍ଟ ମିଜୋରାମରେ ଗୋଟିଏ ପର୍ୟ୍ୟାୟରେ ନଭେମ୍ବର ୭ରେ ଭୋଟ ଗ୍ରହଣ ହେବ । ସେହିପରି ୯୦ ଆସନ ବିଶିଷ୍ଟ ଛତିଶଗଡରେ ଦୁଇଟି ପର୍ୟ୍ୟାୟରେ ନଭେମ୍ବର ୭ ଓ ୧୭ ତାରିଖରେ ମଦଦାନ ହେବ । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖ, ୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ନଭେମ୍ବର ୨୩ ଓ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ଭୋଟ ଗ୍ରହଣ ହେବ । ଡିସେମ୍ବର ୩ ତାରିଖରେ ସମସ୍ତ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।




admin 