ନବଙ୍କୁ ମାରିବା ପାଇଁ ନଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

ନବଙ୍କୁ ମାରିବା ପାଇଁ ନଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ

ଭୁବନେଶ୍ୱର : ଖୋଲିଛି ନବଦାସ ମୃତୁ୍ ରହସ୍ୟ ମାମଲା । କ୍ରାଇମବ୍ରାଂଚ ଆଜି ଏହି ମୃତୁ୍ ମାମଲାର ପଦାର୍ଫାସ କରି ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟ ଉଲ୍ଲେଖ ଅନୁସାରେ ଗୋପାଳ ବହୁ ପୂର୍ବରୁ ନବଦାସକୁ ମାରିବା ପାଇଁ ଯୋଜନା କରିଥିଲା । ନିର୍ବାଚନ ପୂର୍ବରୁ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଅଟକାଇ ଗାଡ଼ିଚେକିଂକୁ ନେଇ ନବଙ୍କ ସହ ହୋଇଥିଲା ବିବାଦ ।

ବଡ଼ମାଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲାବେଳେ ବିବାଦ ଉପୁଜିିଥିଲା । ଘଟଣା ସ୍ଥଳରେ ହିଁ ନବ ଗୋପାଳଙ୍କ ଉପରେ ଅତ୍ୟନ୍ତ ରାଗିଯାଇଥିବା ସହ ତାଙ୍କ ସମର୍ଥକ ମାନେ ଗୋପାଳଙ୍କ ନିକଟକୁ ଆସି ଧମକ ଦେଇଥିଲେ । ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ୱ ସମର୍ଥକଙ୍କ ଧମକ ପାଇ ଡ଼ରିଯାଇଥିଲା ଗୋପାଳ । ଭୟଭୀତ ହୋଇ ଚେକିଂ ନକରି ଗାଡ଼ି ଛାଡ଼ିଦେଇଥିଲା । ଏହି ଘଟଣା ପରେ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିଥିଲା ଗୋପାଳ । ତେଣୁ ମରିବା ପୂର୍ବରୁ ନବଙ୍କୁ ମାରିବା ପାଇଁ ଗୋପାଳ ସ୍ଥିର କରିଥିଲା ।

କିଶୋର ମହାନ୍ତିଙ୍କ ପ୍ରତିମୂର୍ତି ଉନ୍ମୋଚନ ବେଳେ ହତ୍ୟା ଉଦ୍ୟମ କରିଥିଲା କିନ୍ତୁ ସୁଯୋଗ ମିଳିନଥିଲା । ସେହିଦିନଠୁ ସବୁବେଳେ ସର୍ଭିସ ପିସ୍ତଲ ଲୋଡେ଼ଡ଼୍ କରି ରଖୁଥିଲା ଗୋପାଳ । ନବ ଦାସଙ୍କୁ ହତ୍ୟାକରିବା ପାଇଁ ସମ୍ବଲପୁର ସ୍ଥିତ ମା ସମଲେଶ୍ୱରୀ ମନ୍ଦିରରେ ନିଜ ଭାଇ ସତ୍ୟନାରାୟଣଙ୍କ ସହ ଆସି ମୁଣ୍ଡନ ହୋଇଥିଲା । ନିକଟ ଭବିଷ୍ୟତରେ ନବଙ୍କୁ ହତ୍ୟା କରିବା ପାଇଁ ଶପଥ ନେଇଥିଲା ।