ଭିଡିଓ ପାଇଁ ସାମ୍ବାଦିକଙ୍କୁ ହତ୍ୟାଧମକ

ଭିଡିଓ ପାଇଁ ସାମ୍ବାଦିକଙ୍କୁ ହତ୍ୟାଧମକ

ସାମ୍ବାଦିକଙ୍କୁ ହତ୍ୟା କରିବା ଧମକ ଦେଉଛି ଚୋର, ଭିଡିଓ ଉତ୍ତୋଳନ କରୁଥିବା ବେଳେ ଦେଉଛି ଧମକ,ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡା ବଜାର ଦେଖିବାକୁ ମିଳିଛି କିଛି ଏମିତି ଘଟଣା । ଚୋରି କରୁଥିବା ବେଳେ ଦୁଇ ଜଣ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର କରିବା ବେଳେପୋଲିସ ଗାଡିରେ ରହି ଚୋର ର ସାମ୍ବାଦିକ ଓ ସ୍ଥାନୀୟ ଲୋକଙ୍କୁ ଧମକ ଘଟଣା ରେ ରାସ୍ତା ରୋକ କରିଥିଲେ । ସୂଚନା ଅନୁସାରେ ଦରଡା ବଜାରର ୪ଟି ଦୋକାନରୁ ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇଜଣ ଚୋରକୁ କାବୁ କରି ପୋଲିସ କୁ ଖବର ଦେଇଥିଲେ,ପୋଲିସ ଆସି ସନିବାର ସକାଳେ‌ ଚୋର ମାନଙ୍କୁ ନିଜ ହେପାଜତକୁ ନେଉଥିବା ବେଳେ ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଙ୍କୁ ହତ୍ୟା ଧମକ ଦେଇଥିଲା । ତେବେ ଏହାର ପ୍ରତିବାଦରେ ବସ୍ତା ବାଲିଆପାଳ ରାସ୍ତା ର ଦରଡା ଛକରେ ସ୍ଥାନୀୟ ଲୋକଙ୍କ ଟାୟାର ଜାଳି ରାସ୍ତା ଅବରୋଧକରିଥିଲେ ସ୍ଥାନୀୟ ଲୋକେ । ତେବେ ଦରଡା ଛକରେ ବାରମ୍ବାର ଗାଡ଼ି , ମୋବାଇଲ ଫୋନ ଚୋରୀବଢିବଢି ଚାଲିଥିବା ବେଳେ ପୋଲିସର ନିଷ୍କ୍ରିୟତା ନେଇ ଉତ୍ୟକ୍ତହୋଇଥିଲେ ସ୍ଥାନୀୟ ଲୋକେ।