ପୂର୍ବାଞ୍ଚଳ ଲଦାଖକୁ ଯାଇଥିଲେ ୬୮,୦୦୦ ଯବାନ: ରିପୋର୍ଟ

ପୂର୍ବାଞ୍ଚଳ ଲଦାଖକୁ ଯାଇଥିଲେ ୬୮,୦୦୦ ଯବାନ: ରିପୋର୍ଟ

ନୂଆଦିଲ୍ଲୀ: ଗଲ୍‌ୱାନ୍‌ ଉପତ୍ୟକା ଭୟାବହ ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖାରେ ମୁତୟନ କରାଯିବା ଲାଗି ସମଗ୍ର ଦେଶରୁ ସେନାର ପ୍ରାୟ ୬୮,୦୦୦ରୁ ଅଧିକ ଯବାନଙ୍କୁ ଭାରତୀୟ ବାୟୁସେନା ବିମାନ ଯୋଗେ ପୂର୍ବାଞ୍ଚଳ ଲଦାଖକୁ ନିଆଯାଇଥିଲା 

୨୦୨୦ ଜୁନ୍‌ ୧୫ ତାରିଖ ସଂଘର୍ଷ ପରେ ଭାରତୀୟ ବାୟୁସେନା ଅନେକ ଲଢୁଆ ବିମାନ ପ୍ରସ୍ତୁତ କରି ରଖିବା ସହିତ ୨୪ ଘଣ୍ଟିଆ ସର୍ଭିଲେନ୍‌ସ୍‌ ନିମନ୍ତେ ତା’ର ‘ସୁ-୩୦ ଏମ୍‌କେଆଇ’ ଓ ‘ଜାଗୁଆର୍‌’ ଜେଟ୍‌ ସେ ଅଞ୍ଚଳରେ ମୁତୟନ କରିଯାଇଥିଲା ‘ସି-୧୩୦ଜେ ସୁପର୍‌ ହକ୍ୟୁଲିଜ୍‌’ ଏବଂ ‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌’ ବିମାନ ସମେତ ବାୟୁସେନାର ଅନ୍ୟାନ୍ୟ ପରିବହନ ବିମାନ ସବୁ ପରିବହନ କରିଥିବା ଯୁଦ୍ଧାସ୍ତ୍ରର ଓଜନ ପ୍ରାୟ ୯୦୦୦ ଟନ୍‌ ହେବ।  

ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଯବାନମାନଙ୍କୁ ତୁରନ୍ତ ମୁତୟନ କରିବା ଲାଗି ଖୁବ୍‌ ସ୍ବଳ୍ପ ସମୟ ମଧ୍ୟରେ ଭାରତୀୟ ବାୟୁ‌ସେନାର ଅନେକ ବିମାନ ଯବାନ ଓ ଅସ୍ତ୍ରଶସ୍ତ୍ର ନେଇ ସେଠାରେ ପହଞ୍ଚାଇ ଥିଲେ। ଅସ୍ତ୍ରଶସ୍ତ୍ର ମଧ୍ୟରେ  ୯୦ରୁ ଅଧିକ ଟ୍ୟାଙ୍କ୍‌, ପ୍ରାୟ ୩୩୦ ବିଏମ୍‌ପି ଇଫେଣ୍ଟ୍ରି କମ୍ବାଟ୍‌ ଭେଇକ୍ଲ୍‌, ରାଡାର୍‌ ସିଷ୍ଟମ୍‌, ଆର୍ଟିଲେରି ଗନ୍‌ ଏବଂ ଅନ୍ୟାନ୍ୟ ଅନେକ ଯୁଦ୍ଧ ଉପକରଣ ଥିଲା ବୋଲି ସେମାନେ ସୂଚନା ଦେଇଛନ୍ତି।