ଜୋ ବାଇଡେନଙ୍କ ପୁଅ ଦୋଷୀ ସାବ୍ୟସ୍ତ
ଓ୍ବାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ ବଢିବାରେ ଲାଗିଛି। ଫେଡେରାଲ ଫାୟାରଆର୍ମସ ଅଭିଯୋଗରେ ରାଷ୍ଟ୍ରପତିଙ୍କ ପୁଅ ହଣ୍ଟର୍ ବାଇଡେନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ହଣ୍ଟର୍ଙ୍କ ବିରୋଧରେ ଅନୁସନ୍ଧାନ ଦୀର୍ଘ ଦିନ ଧରି ଚାଲିଆସୁଛି। ଏହାପୂର୍ବରୁ ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାରି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଯାଞ୍ଚ୍ ଘୋଷଣା କରିଥିଲେ।
ଡେଲାୱେରର ଫେଡେରାଲ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ ହଣ୍ଟର୍ ୨୦୧୮ରେ ବନ୍ଧୁକ କିଣିବା ସମୟରେ ଡ୍ରଗ୍ସ ବ୍ୟବହାର ବିଷୟରେ ମିଥ୍ୟା ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ସେ କ୍ରାକ କୋକେନ ନିଶା ସହିତ ଜଡିତ ଥିବା ସ୍ବୀକାର କରିଥିଲେ। ଡ୍ରଗ ବ୍ୟବହାରକାରୀ ଭାବରେ ବେଆଇନ ଭାବେ ବନ୍ଧୁକ କିଣିଥିବା ଅଭିଯୋଗ ହୋଇଛି। ହଣ୍ଟର୍ ପ୍ରତ୍ୟେକ ଥର ବନ୍ଧୁକ କିଣିବା ସମୟରେ ମିଛ କହିଥିଲେ।
ସୂଚନାଯୋଗ୍ୟ, ଆମେରିକା ସଂସଦର ବାଚସ୍ପତି କେଭିନ ମ୍ୟାକକାରି ରାଷ୍ଟ୍ରପତି ବାଇଡେନଙ୍କ ବିରୋଧରେ ମହାଭିଯୋଗ ତଦନ୍ତ ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। ବାଇଡେନଙ୍କ ପରିବାରର ବ୍ୟବସାୟିକ କାରବାରର ତଦନ୍ତ ଆରମ୍ଭ କରିବାକୁ ମ୍ୟାକକାରି ନିର୍ଦ୍ଦେଶ ଦେଇଛନ୍ତି।




admin 