ଝାରସୁଗୁଡ଼ା ଉପନିର୍ବାଚନ: ୪ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ରଦ୍ଦ
ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ମଇଦାନରେ ରହିଲେ ୯ ଜଣ ପ୍ରାର୍ଥୀ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସମେତ ମୋଟ ୯ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୋମବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ପ୍ରାର୍ଥିପତ୍ର ଯାଞ୍ଚ୍ ପରେ ୧୦ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର କାଏମ ରହିଥିଲା । ସୋମବାର ଜଣେ ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡ଼ିଆ ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଥିଲେ । ୪ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ରଦ୍ଦ ହୋଇଥିଲା ।
ଜଣେ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଝାରସୁଗୁଡ଼ା ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି । ବିଜେପିରୁ ଟଙ୍କଧର ତ୍ରିପାଠୀ, କଂଗ୍ରେସରୁ ତରୁଣ ପାଣ୍ଡେ, ବିଜେଡିରୁ ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳରୁ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିରୁ ମନୀଷ ଶର୍ମା, କଳିଙ୍ଗ ସେନାରୁ ମହିନ୍ଦ୍ର ପଟ୍ଟନାୟକ ଏବଂ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ କୁମାର ଜାଲାନ, ମହେନ୍ଦ୍ର ଲୁହା ଓ ଜ୍ଞାନେନ୍ଦ୍ର ବେହେରା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରୁ ଜଣାପଡ଼ିଛି ।




admin 