ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ୍‌

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ୍‌

ଭୁବନେଶ୍ୱର: ଝାରସୁଗୁଡ଼ାରେ ଜମିଲାଣି ଉପନିର୍ବାଚନ ପ୍ରଚାର । ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଥିବାବେଳେ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଓ ୨୪ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ରହିବ । 

ସେପଟେ ଗ୍ରାଉଣ୍ଡରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି କ୍ୟାମ୍ପେନିଂ । ପ୍ରଚାରରେ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଗକୁ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଗତକାଲି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି । ଟିମରେ ଉଭୟ ବରିଷ୍ଠ ଓ ଯୁବ ଅଭିଜ୍ଞଙ୍କୁ ସ୍ଥାନ ମିଳିଛି । ତାଲିକାରେ ୬ ମନ୍ତ୍ରୀଙ୍କ ସହିତ ପଶ୍ଚିମ ଓଡ଼ିଶାର ୫ ଜଣ ମହିଳା ନେତ୍ରୀ ରହିଛନ୍ତି । ଏକ ନମ୍ବରରେ ସୁପ୍ରିମୋ ନବୀନ ପଟ୍ଟନାୟକ ରହିଥିବା ବେଳେ ଦୁଇ ନମ୍ବରରେ ରହିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ବଡ଼ ବ୍ୟବଧାନରେ ବିଜୟୀ ହେବାନେଇ ରଣନୀତି କରିଛି ଶାସକ ଦଳ । ସେପଟେ ଭଲ ପ୍ରଦର୍ଶନ କରିବାକୁ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଲାଗି ପଡ଼ିଛନ୍ତି । ଉଭୟ ଦଳ ଷ୍ଟାର ପ୍ରଚାରକ ଘୋଷଣା କରିଥିବାବେଳେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ।