ବିଶ୍ଵର ଆକର୍ଷଣ ପାଲଟିଛି ଭାରତ, ବିଦେସୀ ଙ୍କୁ ଆକୃଷ୍ଟ କରୁଛି ଦେଶ  

ବିଶ୍ଵର ଆକର୍ଷଣ ପାଲଟିଛି ଭାରତ, ବିଦେସୀ ଙ୍କୁ ଆକୃଷ୍ଟ କରୁଛି ଦେଶ   

ଗ୍ରୀନ ହାଇଡ୍ରୋଜେନ୍ ହବ୍ ହେବ ଓଡିଶା । କାର୍ଗୋ ହ୍ୟାଣ୍ଡଲିଂ କ୍ଷେତ୍ରରେ ଦେଶରେ ପ୍ରଥମ ବନ୍ଦର ହୋଇପାରିଛି ପାରାଦୀପ । ଆଗକୁ ମେଗା ପୋର୍ଟ ମଧ୍ୟ ହେବ । ଜାହାଜ ତିଆରି ଓ ମରାମତି କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ ।ପୁରୀରେ ଦୁଇ ଦିନିଆ ଲାଇଟ ହାଉସ କନକ୍ଲେଭ କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚନା ଦେଇଛନ୍ତି କେନ୍ଦ୍ର ବନ୍ଦର,ପରିବହନ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ ।ମହାପ୍ରଭୁଙ୍କ କୃପାରୁ ଦେଖୋ ଅପ୍ନା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ଵିତୀୟ ବତୀଘର କାର୍ଯ୍ୟକ୍ରମ ପୁରୀରେ  ହୋଇପାରିଛି। ବିଗତ ୧୦ ବର୍ଷ ମଧ୍ୟରେ ବିଶ୍ଵର ଆକର୍ଷଣ ପାଲଟିଛି ଭାରତ । ବାହାର ଦେଶର ଲୋକ ଆସି ଭାରତକୁ ପ୍ରଶଂସା କରୁଛନ୍ତି । ତେଣୁ ନୂଆ ପିଢ଼ିକୁ ଭାରତର ଶକ୍ତି ,ସମ୍ପଦ ଓ ସମ୍ଭାବନା  ଜାଣିବାର ସମୟ ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସୋନୱାଲ । ଓଡ଼ିଶାରେ ପ୍ରାୟ ୧୦୦ ବତୀଘର ସମେତ ଦେଶରେ ୨୦୩ ବତୀଘର ରହିଛି । ଏହାର ଆଧୁନିକୀକରଣ ଫଳରେ ଆକର୍ଷଣ ବଢିବା ସହ ପର୍ଯ୍ୟଟକଙ୍କ ଗତିବିଧି ୧୬ ଲକ୍ଷ ପର୍ଯ୍ୟନ୍ତ ବଢ଼ିଛି ଏବଂ ଆଗାମୀ ଦିନରେ ଏହା ୫୦ ଲକ୍ଷ ପର୍ଯ୍ୟନ୍ତ ହେବ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଉପକୂଳ ରାଜ୍ୟ ସହ ମିଶି ଏହି କାର୍ଯ୍ୟକ୍ରମକୁ ଆଗକୁ ନିଆଯିବ ବୋଲି ସେ କହିଛନ୍ତି। ବିଗତ ଦଶ ବର୍ଷ ମଧ୍ୟରେ ଦେଶ ବିକାଶ ପଥରେ ଆଗେଇବା ସହ ୨୦୧୩ ରେ ୧୧ ତମ ସ୍ଥାନରେ ଥିବା ଭାରତ ୨୦୨୪ ସୁଦ୍ଧା ବିଶ୍ୱରେ ୫ମ ବୃହତ୍ତମ ଅର୍ଥ ବ୍ୟବସ୍ଥା ହୋଇପାରିଛି |  ଆଗାମୀ ୫ ବର୍ଷରେ ୩ୟ ମହାଶକ୍ତି ହେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତ ଆର୍ତ୍ମ ନିର୍ଭର ଭାରତ ହେବ । ତେଣୁ ବିକଶିତ ଭାରତକୁ ଆଗେଇ ନେବା ଭଳି ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ସୋନୱାଲ୍  ।