କେନ୍ଦ୍ର ଗୃହ ମନ୍ତ୍ରୀ ପଦକ: ଓଡ଼ିଶାରୁ ପାଇବେ ୪ ପୁଲିସ ଅଧିକାରୀ

କେନ୍ଦ୍ର ଗୃହ ମନ୍ତ୍ରୀ ପଦକ: ଓଡ଼ିଶାରୁ ପାଇବେ ୪ ପୁଲିସ ଅଧିକାରୀ

ଭୁବନେଶ୍ୱର:  ତଦନ୍ତରେ ଉତ୍କର୍ଷତା ପାଇଁ ଶନିବାର କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ଘୋଷଣା ହୋଇଛି। ଚଳିତ ବର୍ଷ ଏହି ମେଡାଲ ପାଇବା ପାଇଁ ସାରା ଦେଶରୁ ୧୪୦ ଜଣ ପୁଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ମହିଳା ପୁଲିସ ଅଧିକାରୀ ରହିଛନ୍ତି। ସେହିପରି ଏହି ୧୪୦ ପୁଲିସ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ ଅଛନ୍ତି।
ଓଡ଼ିଶାରୁ ଯେଉଁ ପୁଲିସ ଅଧିକାରୀମାନେ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ପଦକ ପାଇବେ, ସେମାନେ ହେଉଛନ୍ତି- ଡିଏସ୍‌ପି ପ୍ରଭାତ କୁମାର ବିଶ୍ୱାଳ, ଡିଏସ୍‌ପି ମାନସ ରଞ୍ଜନ ପ୍ରଧାନ, ଇନ୍ସପେକ୍ଟର ପ୍ରଶାନ୍ତ ସାହୁ ଓ ଦୁର୍ଗେଶ ନନ୍ଦିନୀ ମହାନ୍ତି।

ପ୍ରଭାତ କୁମାର ବିଶ୍ୱାଳ ଏବେ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ୟ୍ୟ କରୁଛନ୍ତି। ସେହିପରି ମାନସ ରଞ୍ଜନ ପ୍ରଧାନ ମଧ୍ୟ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ୟ୍ୟ କରୁଛନ୍ତି। ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ୟ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ୟ୍ୟ କରନ୍ତି।