ବେଲପତ୍ରର ଉପକାରିତା
ଭୁବନେଶ୍ୱର : ହିନ୍ଦୁଧର୍ମରେ ଭଗବାନ ଶିବଶଙ୍କରଙ୍କୁ ବେଲପତ୍ର ଅର୍ପଣ କରାଯାଏ । କୁହାଯାଏ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଏଥିରେ ଧାର୍ମିକ ଗୁଣ ସହିତ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଯାହା ଶରୀରର ଅନେକ ରୋଗ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ନିୟମିତ ବେଲପତ୍ର ସେବନ ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ । ସେହିପରି ସକାଳେ ନିୟମିତ ବେଲପତ୍ର ଖାଇଲେ ହୃଦୟ ଜନିତ ସମସ୍ୟା ଦୂର କରିଥାଏ । ଏହା ଉଚ୍ଚ ରକ୍ତଚାପ ବିପଦକୁ କମ୍ ରଖିଥାଏ । ମଧୁମେହ ରୋଗୀଙ୍କ ପାଇଁ ବେଲପତ୍ର ଏକ ବରଦାନରୂ କମ୍ ନୁହେଁ । ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଖାଲି ପେଟରେ ଏହାକୁ ଖାଆନ୍ତୁ । ବେଲପତ୍ରରେ ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି, ଯାହା ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ । ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ନିୟମିତ ଏହାକୁ ଖାଲିପେଟରେ ସେବନ କଲେ ଗ୍ୟାଷ୍ଟିକ, ଏସିଡିଟି, ବଦହଜମି, କୋଷ୍ଠକାଠିନ୍ୟ, ଅର୍ଶ ଭଳି ସମସ୍ୟା ଦୂର ହୁଏ । ବେଲପତ୍ରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜବୁତ କରିଥାଏ । ଯାହା ଅନେକ ରୋଗ ସହ ଲଢିବାରେ ସାହାୟକ ହୋଇଥାଏ ।




admin 