ଲାଞ୍ଚ ନେଇ ଧରାପଡିବା ବେଳେ ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଦେଲେ ସରକାରୀ ବାବୁ

ଲାଞ୍ଚ ନେଇ ଧରାପଡିବା ବେଳେ ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଦେଲେ ସରକାରୀ ବାବୁ

ମଧ୍ୟପ୍ରଦେଶ ; ଲାଞ୍ଚ ନେଇ ଧରାପଡିବା ବେଳେ ଟଙ୍କା ଚୋବାଇ ଦେଲେ ସରକାରୀ ବାବୁ । ମଧ୍ୟପ୍ରଦେଶ, କଟନୀରୁ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ । ପଟୱାରୀ ଭାବେ କାମ କରୁଥିବା ଜଣେ ସରକାରୀ ବାବୁ ୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଏସପି ସଂଜୟ ସାହୁଙ୍କ ଅନୁସାରେ ପଟୱାରୀ ଗଜେନ୍ଦ୍ର ସିଂହ ନିଜ ବ୍ୟକ୍ତିଗତ କାର୍ଯ୍ୟାଳୟରେ ୫ ହଜାର ଟଙ୍କାର ଲାଞ୍ଚ ନେଉଥିଲେ ।  ଲାଞ୍ଚ ନେବାବେଳେ ତାଙ୍କୁ ଧରିବାକୁ ଯୋଜନା କରାଯାଇଛି ବୋଲି ଜାଣିବାକୁ ପାଇଲେ ପଟୱାରୀ ଗଜେନ୍ଦ୍ର ସିଂହ । ଗିରଫ ହେବା ଭୟରେ ବାବୁ ଜଣଙ୍କ ଲାଞ୍ଚ ଟଙ୍କାଙ୍କୁ ଚୋବାଇ ଖାଇ ଦେଇଥିଲେ ।  ତେବେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସମୟର ଭିଡିଓ ଏବେ ସାମ୍ନାକୁ ଆସି ବେଶ ଭାଇରାଲ ହେବାରେ ଲାଗିଛି ।