ଚାଲିଲେ ରହିବେ ସୁସ୍ଥ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଆମର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଚାଲିବା ହେଉଛି ସବୁଠାରୁ ଭଲ ଉପାୟ । ପ୍ରତିଦିନ ମାତ୍ର ୩୦ ମିନିଟ ଚାଲିବା ଦେହ ପକ୍ଷେ ବେଶ୍ ହିତକର ବୋଲି ଅନେକ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ଏହା ଆମକୁ ବ୍ରେନ୍ ଷ୍ଟ୍ରେନ୍ଥ ମଧ୍ୟ ବଢାଇଥାଏ । କେବଳ ସେତିକି ନୁହେଁ ଏହା ଆମକୁ ଅନେକ ରୋଗ ଯେପରି ମଧୁମେହ, ହୃଦୟ ସମସ୍ୟା, ଓଷ୍ଟେଓପୋରୋସିସ୍, କ୍ୟାନ୍ସର ଆଦିରୁ ରକ୍ଷା କରିଥାଏ ।
ଅନ୍ୟ ବ୍ୟାୟାମ ଭଳି ୱାକିଂ ପାଇଁ କୈାଣସି ଟ୍ରେନିଂ କିମ୍ବା ଉପକରଣର ଦରକାର ପଡ଼ିନଥାଏ । ତେଣୁ ଏହାକୁ ସବ ବର୍ଗର ଲୋକ କରିପାରନ୍ତି । ଏହା ମେଦବହୁଳ ଥିବା ଲୋକ ଏବଂ ବୟସ୍କଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଥାଏ । ଅନେକଙ୍କ ପାଇଁ ସବୁଦିନ ୩୦ ମିନିଟ ଚାଲିବା ସମ୍ଭବ ହୋଇନଥାଏ । ତେବେ ଏଭଳି କିଛି ଉପାୟ ଅଛି ଯାହାକୁ ଅନୁସରଣ କରି ଆମେ ପ୍ରତିଦିନ ଆମେ ୩୦ କିଲୋମିଟର ଚାଲିପାରିବା ।
ଯଦି ଆପଣକୁ ଏକାବେଳେ ୩୦ କିଲୋମିଟର ଚାଲିବାକୁ ଅସୁବିଧା ହେଉଛି ତେବେ ତାହାକୁ ଭାଗ ବାଂଟି ଚାଲନ୍ତୁ । ଗୋଟିଏ ଥରରେ ୧୦ ମିନିଟ୍ ଚାଲିପାରିବେ । ଯେଉଁଠି ସୁବିଧା ମିଳୁଛି ସେଠାରେ ଲିଫ୍ଟ ସ୍ଥାନରେ ସିଢି ବ୍ୟବହାର କରନ୍ତୁ । ସେହଭଳି ପାଖ ସ୍ଥାନକୁ ଯିବାବେଳେ ଚାଲିକରି ଯାଆନ୍ତୁ । ସେହିଭଳି ପୋଷା କୁକୁର ଯଦି ଅଛି ତେବେ ଏହାକୁ ନେଇ ସକାଳେ ଓ ସନ୍ଧ୍ୟାରେ ବୁଲିବାକୁ ଯାଇପାରିବେ ।
ଆପଣ ନିଜ ଷ୍ଟ୍ରେପ ମାପିବାକୁ ବଜାରରେ ଉପଲବ୍ଧ ଅନେକ ଗ୍ୟାଜେଟ ଅଛି, ଯାହାକୁ ବ୍ୟବହାର କରି ଆପଣ ନିଜର ଷ୍ଟେପ୍କୁ ଟ୍ରାକ୍ କରିପାରିବେ । ବଜାରରେ ବିଭିନ୍ନ ଭଲ ଭଲ କମ୍ପାନୀର ଗ୍ୟାଜେଟ ରହିଛି , ଯାହା ଆପଣକୁ ପୁରା ହେଲଥ୍ ରେକଡର଼୍ କରିବାରେ ସାହାର୍ଯ୍ୟ କରିବ । ଏହି ଗ୍ୟାଜେଟରେ ବିଭିନ୍ନ ପ୍ରକାର ସୁବିଧା ଯେପରି ବିପି, ହାର୍ଟ ରେଟ୍, ଷ୍ଟେପ୍ସ ଆଦି ମାପିବାକୁ ଫିଚର୍ସ ରହିଥାଏ । ଦିନକୁ ୪୪୦୦ ଷ୍ଟେପ୍ସ ଚାଲିବା ଲାଭଦାୟକ ହୋଇଥାଏ ।