ଭୁଲରେ ବି ଘିଅ ଖାଇବା ଉଚିତ୍ ନୁହେଁ ଏହି ଲୋକମାନେ
ଶୁଦ୍ଧ ଦେଶୀ ଘିଅକୁ ଖାଇବାରେ ଖୁବ୍ ଫାଇଦା ହୋଇଥାଏ। ଏହା କୋଷ୍ଠ କାଠିନ୍ୟ ଠାରୁ ନେଇ ଗଣ୍ଠି ବ୍ୟଥା ଯନ୍ତ୍ରଣାକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହାସହ ହିଁ ଏହାର ସ୍ୱାଦ ଖାଇବାର ସ୍ୱାଦକୁ ଆହୁରି ମଧ୍ୟ ବଢାଇ ଦେଇଥାଏ। ଯଦିଓ ଘିଅ ଖାଇବାରେ ଅନେକ ସ୍ୱାସ୍ଥ୍ୟ ସଂପର୍କୀତ ଲାଭ ଥାଏ , ହେଲେ ଏହା ଜରୁରୀ ନୁହେଁ କି, ଏହା ସମସ୍ତଙ୍କୁ ସଠିକ୍ ଉପାୟରେ ଫାଇଦା ଦେଇଥାଏ। ଦେଶୀ ଘିଅକୁ ପ୍ରତିଦିନର ଖାଦ୍ୟରେ ସାମିଲ ଯଦି କରୁଛନ୍ତି ଜାଣି ନିଅନ୍ତୁ କି, କେଉଁ ଲୋକଙ୍କୁ ଘିଅ ଖାଇବାରେ ନିବୃତ୍ତ ରହିବା ଉଚିତ୍। ନୁହେଁତ ଏହି ଲାଭ ସ୍ଥାନରେ କ୍ଷତି କରିବାର ଆରମ୍ଭ କରିଦେଇଥାଏ।
ଏମିତି ତ ଘିଅ ଖାଇବା କୋଷ୍ଠ କାଣ୍ଠିନ୍ୟ ପାଇଁ ବହୁତ ଫଳପ୍ରଦ ହୋଇଥାଏ, କିନ୍ତୁ ଯଦି ଆପଣ ଖରାପ ଡାଇଜେସନ ସମସ୍ୟାରେ ପୀଡ଼ିତ ଓ ଖାଦ୍ୟ ହଜମ ହେବାର ପ୍ରକ୍ରିୟା ଧିମା ରହିଥାଏ ତ ନିଜର ଡାଇଟ୍ରେ ଘିଅକୁ ସାମିଲ କରନ୍ତୁ ନାହିଁ । ଯଦି ଆପଣ ନନ୍ ଆଲକୋହଲିକ୍ ଫ୍ୟାଟି ଲିଭର ରୋଗୀ ବା ଲିଭର ସିରୋସିସ୍ ଭଳି ଗୁରୁତର ରୋଗର ଶିକାର ହୋଇ ସାରିଛନ୍ତି ତ ଏହି ପରିସ୍ଥିତିରେ ଘିଅର ସେବନ କରିବା ଉଚିତ ନୁହେଁ। ଫ୍ୟାଟି ଲିଭରର ସମସ୍ୟା ହେବାରେ ଘିଅ ଜହର ପରି କାମ କରିଥାଏ ଓ କ୍ଷତି କରିଥାଏ।
ଯଦି ଆପଣ ଥଣ୍ଡା କାଶ ବା ସିଜନାଲ ଜ୍ୱରରେ ପୀଡ଼ିତ ଅଛନ୍ତି ତ ଦେଶୀ ଘିଅକୁ କେବେ ଖାଆନ୍ତୁ ନାହିଁ। ଋତୁକାଳୀନ ଜ୍ୱର-ଥଣ୍ଡାରେ ଶରୀରର କଫର ପରିମାଣ ବଢିଯାଏ ଏବଂ ଘିଅ ଏହି କଫରୁ ଆହୁରି ଅଧିକ ବଢାଇ ଦେଇଥାଏ। ଏଥିପାଇଁ କାଶ ଓ ଜ୍ୱରରେ ଘିଅର ସେବନ କେବେ କରିବା ଉଚିତ ନୁହେଁ। ଯଦି ଆପଣ ହାଇ ବ୍ଲଡ୍ ପ୍ରେସର , ହାଇପର ଟେନସନ ଦେଇ ଗତି କରୁଛନ୍ତି ତ ଦେଶୀ ଘିଅକୁ ଡାଇଟ୍ରେ ସାମିଲ କରନ୍ତୁ ନାହିଁ। ଅଧିକ ଫ୍ୟାଟ୍ ହେବା ସତ୍ତ୍ୱେ ଏହା ଶିରା ପ୍ରଶିରାକୁ ବ୍ଲକ୍ କରିବାରେ ଲାଗେ, ଯେଉଁଥିରେ ହାର୍ଟ ଆଟାକ୍ର ବିପଦ ରହିଥାଏ।




admin 