ଟିକେ ଟିକେ କଥାରେ ରାଗୁଛନ୍ତି କି ? ଶରୀରରେ ହୋଇଥାଇପାରେ ଏହାର ଅଭାବ

ଟିକେ ଟିକେ କଥାରେ ରାଗୁଛନ୍ତି କି ? ଶରୀରରେ ହୋଇଥାଇପାରେ ଏହାର ଅଭାବ

ହସିବା, କାନ୍ଦିବା କି ରାଗିବା ଏହା ଆମ ଭାବନା ଉପରେ ନିର୍ଭର କରେ । ପରିସ୍ଥିତି ଅନୁଯାୟୀ ଏହା ବଦଳେ । କିନ୍ତୁ ଏହା ପଛରେ ମଧ୍ୟ ରହିଥାଏ ହରମୋନାଲ କାରଣ । କୌଣସି କଥା ଖରାପ ଲାଗିବା ପରେ ରାଗିବା ସ୍ବାଭବିକ । କିନ୍ତୁ ଯଦି ବାରମ୍ବାର ରାଗ ଆସୁଛି ତେବେ ଆପଣଙ୍କ ଶରୀର ମଧ୍ୟରେ କିଛି ଅଭାବ ରହିଛି ।

ବିଶେଷଜ୍ଞଙ୍କ ଅନୁଯାୟୀ,  ଶରୀରରେ ରହିଥାଏ ସେରୋଟୋନିନ୍ ନାମକ ଏକ ହରମୋନ୍ । ଯାହା ମସ୍ତିଷ୍କକୁ ଶାନ୍ତ ରଖି ଖୁସି ଅନୁଭବ କରାଇଥାଏ । କିନ୍ତୁ ଶରୀରରେ ଏହାର ଅଭାବ ଯୋଗୁଁ  ଦେଖାଯାଏ ଖରାପ ମୁଡ୍ର ସମସ୍ୟା । ଶରୀରରେ ସେରୋଟୋନିନ୍ ବୃଦ୍ଧି କରିବାକୁ, ଦୈନିକ ବ୍ୟାୟାମ, ମେଡିଟେସନ୍ ଏବଂ  ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ।

 ଏହାବ୍ୟତୀତ ଲାଇଟ୍ ଗୀତ ଶୁଣନ୍ତୁ, କିଛି ଥଟ୍ଟାମଜା କରନ୍ତୁ, ନିଜ ପସନ୍ଦର କାମ କରନ୍ତୁ । ରାଗ କାରଣରୁ ମାନସିକ ସହ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୁଏ । ଏଥିଯୋଗୁଁ ଷ୍ଟ୍ରେସ୍ ବଢିଥାଏ ।  ଆଉ  ନିଦ ହେବାରେ ଦେଖାଦେଇଥାଏ ସମସ୍ୟା । ସେରୋଟୋନିନ୍ ବ୍ୟତୀତ, ଅକ୍ସିଟୋସିନ୍, ଏଣ୍ଡୋରଫିନ୍ ହରମୋନ୍ ମଧ୍ୟ ଖୁସିରେ ରହିବାରେ କରିଥାନ୍ତି ସାହାଯ୍ୟ ।