୯୧ ଟଙ୍କା ୫୦ ପଇସା କମିଲା କମର୍ସିଆଲ ସିଲିଣ୍ଡର ଦାମ୍

୯୧ ଟଙ୍କା ୫୦ ପଇସା କମିଲା କମର୍ସିଆଲ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ:   କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି କମର୍ସିଆଲ ସିଲିଣ୍ଡର ଦର କମିଛି । ୯୧ ଟଙ୍କା ୫୦ ପଇସା ଦର କମିଥିବା ସୂଚନା ରହିଛି । ତେବେ ଘରୋଇ ଏଲପିଜି ଗ୍ୟାସ୍‌ ବ୍ୟବହାର କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି।ଗତମାସରେ ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ଯେତିକି ଥିଲା, ଆଜି ମଧ୍ୟ ସେତିକି ରହିଛନ୍ତି। ଗତ ମାସରେ କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସର ଦାମ ୫୦ ଟଙ୍କା ବୃଦ୍ଧି କରିଥିଲେ। ଏହାପରେ ସାଧାରଣ ଲୋକ ୧୧ ଶହରୁ ଅଧିକ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣୁଛନ୍ତି।ତେବେ ଆଜି ଠାରୁ ସରକାର କମର୍ସିଆଲ ଗ୍ୟାସ ଦାମକୁ ହ୍ରାସ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମାର୍ଚ୍ଚ ମାସରେ ସରକାର ଏହି ବର୍ଗରେ ଥିବା ଗ୍ୟାସର ଦାମ ସିଲିଣ୍ଡର ପିଛା ୩୫୦ ଟଙ୍କା ବୃଦ୍ଧି କରିଥିଲେ। ହେଲେ ଏବେ ଏହାର ଦାମ ମାତ୍ର ୯୨ ଟଙ୍କା ହ୍ରାସ କରିଛନ୍ତି।ଦର ହ୍ରାସ ପାଇବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୧୯ କେଜି ଓଜନର କମର୍ସିଆଲ ଗ୍ୟାସର ଦାମ ୨୦୨୮କୁ ଖସିଛି। କୋଲକାତାରେ ଏହାର ଦାମ ୨୧୩୨ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା ଓ ଚେନ୍ନାଇରେ ଏହାର ଦାମ ୨୧୯୨.୫୦ ଟଙ୍କା ରହିଛି।