ଜଙ୍କ ନୁହେଁ ଖାଆନ୍ତୁ ଜିଙ୍କ ଫୁଡ଼

ଜଙ୍କ ନୁହେଁ ଖାଆନ୍ତୁ  ଜିଙ୍କ ଫୁଡ଼


ଆମ ଶରୀରକୁ ସୁସ୍ଥ ରଖିବାରେ ଜିଙ୍କ ସାହାଯ୍ୟ କରିଥାଏ  । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । 
ବେରୀରେ ବହୁ ପରିମାଣର ଜିଙ୍କ ମିଳିଥାଏ  । ତେଣୁ ନିୟମିତ ଡାଏଟରେ ବ୍ଲୁବେରୀ ଜାତୀୟ ଫଳ ସାମିଲ୍‌ କରିପାରିବେ  । 
ଜିଙ୍କର ମୁଖ୍ୟ ସ୍ରୋତ ବୁଟ । ଧଳା ବୁଟରେ ଅଧିକ ପରିମାଣର ଜିଙ୍କ ରହିଥାଏ । ଏହାକୁ ଖାଇବା ଦ୍ୱାରା ଅନେକ ପ୍ରକାର ଉପକାର ମିଳିଥାଏ । 
କାଜୁ, ବାଦାମ, କିସମିସ୍‌, କଖାରୁ ମଞ୍ଜି, ସୂର୍ଯ୍ୟମୁଖୀ ମଞ୍ଜିି ଆଦିରେ ଜିଙ୍କ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଏହିସବୁ ଅନ୍ତର୍ଭୁକ୍ତ କରି ଜିଙ୍କ ଅଭାବକୁ ଦୂର କରିପାରିବେ ।  
ତରଭୁଜ ମଞ୍ଜି ଜିଙ୍କର ଏକ ଉତ୍ତମ ଉତ୍ସ  । ଏଥିରେ ପୋଟାସିୟମ ଏବଂ କପର ମଧ୍ୟ ରହିଥାଏ ।  
ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଜିଙ୍କ ଅଭାବ ମଧ୍ୟ ପୂରଣ ହୋଇପାରେ ।