ନକଲି ଡାକ୍ତର ଗିରଫ

ନକଲି ଡାକ୍ତର ଗିରଫ

ସାନଖେମୁଣ୍ଡି: ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଗିରଫ । ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ବ୍ରହ୍ମପୁର ଏସପିଙ୍କ ନିର୍ଦେଶକ୍ରମେ ଗିରଫ କରିଛି । ଗିରଫ ନକଲି ଡାକ୍ତର ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ଡ଼ାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି ।
ସୂଚନା ଥାଉକି, କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡିର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ନିଜକୁ ଦିଲ୍ଲୀ, ଭୁବନେଶ୍ୱର AIMSର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ଡାକ୍ତର ଏସ ପଣ୍ଡା ପୂର୍ବରୁ ଫେବୃଆରୀ ୨୦୨୦ ମସିହା ରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲକୁ ପଠାଇଥିଲା ।

ନିଜକୁ ଡଐଙ ର ସଦସ୍ୟ କହିଥିବା ବେଳେ ଏବଂ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବ। ବେଳେ ଗିରଫ ହୋଇଥିଲେ । ପୋଲିସର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତରମାନଙ୍କ ନିକଟରେ ଟ୍ରେନିଂ ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି କରୁଥିଲେ ଚିକିତ୍ସା । ଗୋଟିଏ ରୋଗୀକୁ ପାଞ୍ଚ ମିନଣ୍ଟ ଦେଖିବା ପାଇଁ ନେଉଥିଲେ ୩୦୦ଟଙ୍କାର ଫି ।