ଭୋଜନରେ ମିଠା ଖାଇବାର କାରଣ ଓ ଲାଭ
ପ୍ରାଚୀନ କାଳରୁ ହିଁ ଲୋକେ ଖାଦ୍ୟ ଖାଇବା ପରେ ଯେକୌଣସି ମିଠା ନିଶ୍ଚୟ ଖାଇଥାଆନ୍ତି। ହିନ୍ଦୁ ଶାସ୍ତ୍ର ଓ ଆୟୁର୍ବେଦରେ ମଧ୍ୟ ଏହାର ଉଲ୍ଲେଖ ରହିଛି। ମିଠା ଖାଇବା ସହ ଜଡ଼ିତ କିଛି କଥା ଓ ଭୋଜନର ଆରମ୍ଭରୁ ସର୍ବଦା ରାଗୁଆ କିମ୍ବା ଚଟପଟା ଖାଦ୍ୟରୁ ହିଁ ଆରମ୍ଭ କରିବା ଆବଶ୍ୟକ।
ଖାଦ୍ୟ ଖାଇବାର ଆରମ୍ଭରେ ମସଲାଯୁକ୍ତ କିମ୍ବା ଚଟପଟା ଖାଇବା ଦ୍ୱାରା ପାଚନ ତନ୍ତ୍ର ସକ୍ରିୟ ରହିଥାଏ। ଏହି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ଶରୀରରୁ ପାଚକ ରସ ଓ ଏସିଡ଼ିଟି କ୍ଷରଣ ହୋଇଥାଏ। ଯାହା ପାଚନ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ, ସଠିକ ଭାବେ କାର୍ୟ୍ୟ କରିବାକୁ ସହାୟକ ହୋଇଥାଏ। ପାଚନ ତନ୍ତ୍ରରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ସଠିକ ସମୟରେ ଭୋକ ହୋଇଥାଏ। କାର୍ୟ୍ୟ କରିବାର ଇଚ୍ଛା ଶକ୍ତି ବୃଦ୍ଧି ପାଇଥାଏ।
ମିଠା ଜାତୀୟ ଖାଦ୍ୟରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ପାଚନ କ୍ରିୟାକୁ ଧୀର କରିଥାଏ। ଏହି କାରଣରୁ ଖାଦ୍ୟ ଖାଇବା ପରେ ମିଠା ଖାଇବା ଉଚିତ। ମିଠା ଖାଇବା ପରେ ମେରୋଟେନିନ ନାମକ ହରମୋନର ସ୍ତର ବୃଦ୍ଧି ପାଇଥାଏ। ଯେଉଁ କାରଣରୁ ମିଠା ଖାଇବା ପରେ ଆପଣଙ୍କୁ ଖୁସିର ଅନୁଭବ ହୋଇଥାଏ।
ଯେଉଁ ସମୟରେ ଆପଣ ଅଧିକ ମାତ୍ରାରେ ଖାଦ୍ୟ ଖାଇ ଦେଇଥାଆନ୍ତି , ଅନେକ ସମୟରେ ବ୍ୟସ୍ତ ଭଳି ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆରାମ ଅନୁଭବ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ପେଟରେ ଜଳାପୋଡା କମ ହୋଇଥାଏ, ଏସିଡିଟି ମଧ୍ୟ ହୋଇନଥାଏ।




admin 