ଚୌଦ୍ବାର ସର୍କଲ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଚୌଦ୍ବାର ସର୍କଲ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାର ମହେନ୍ଦ୍ର ଦାସଙ୍କ ମୃତ୍ୟୁ। ଜେଲ ବାଥ୍ ରୁମରୁ ମିଳିଲା ମୃତ ଦେହ। ୨୦୦୬ ମସିହାରୁ ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜ୍ଜା କାଟୁଥିଲେ ମୃତ କଏଦୀ। ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ ଅନୁଯାୟୀ ହାଜତ ମୃତ୍ୟୁର ତଦନ୍ତ କରିବ ପୋଲିସ। ଶବ ବ୍ୟବଚ୍ଛେଦର ଭିଡିଓଗ୍ରାଫି କରାଯିବ। ମାଜିଷ୍ଟେଟଙ୍କ ଉପସ୍ଥିତିରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ। ଜିଲ୍ଲା ଫରେନ୍ସିକ ଲାବ୍ରେଟୋରୀ ଟିମ୍ ଜେଲ ପରିସରକୁ ଯାଇ ସର୍ ଜମିନ ତଦନ୍ତ କରିବ। କମିଶନରେଟ ପୋଲିସ ଏସିପି ଅରୁଣ ସ୍ବାଇଁଙ୍କ ସୂଚନା ।