ଜିଆରଏସଙ୍କ ମୃତଦେହ ଉଦ୍ଧାର
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ସାନଉସ୍ତାପଡା ପଞ୍ଚାତର ଜିଆରଏସଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା କନିଆରିବାଡି ଗାଁ ମୁଣ୍ଡରେ ପଡ଼ିରହିଛି ଜିଆରଏସଙ୍କ ମୃତଦେହ । ମୃତକ ଜଣଙ୍କ ହେଲେ ବେଗୁନିଆପଡା ବ୍ଲକ୍ ସାନଉସ୍ତାପଡା ପଞ୍ଚାୟତର ଜିଆରଏସ ସୁଶୀଲ କୁମାର ମହାନ୍ତି । ତେବେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ମୁହଁ ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ସେ ମଙ୍ଗଳବାର ବେଗୁନିଆପଡାରୁ ଘରକୁ ଫେରିବା ସମୟରେ ଶେଷଥର ପାଇଁ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ବୁଧବାର ସକାଳୁ ତାଙ୍କ ମୃତଦେହ ନିଜ ଗାଁ କନିଆରିବାଡି ରାସ୍ତା କଡ଼ରେ ପଡ଼ିଥିବା ଲୋକ ଦେଖିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




admin 