୧୦୧ କୋଟିର ସମ୍ପତ୍ତିର ଅଧିକାରୀ, ହେଲେ ଫୁଙ୍ଗୁଳା ଶରୀର
ନୂଆଦିଲ୍ଲୀ: ତାଙ୍କୁ ଦେଖିଲେ କେହି ହୁଏତ ଭାବିବ ନାହିଁ ସେ ଯେ ଏତେ ଟଙ୍କାର ମାଲିକ। ଦେହରେ ପୋଷାକ ନାହିଁ। ପୁଙ୍ଗୁଳା ଶରୀର। କେବଳ ଏକ ହାପ୍ ପ୍ୟାଣ୍ଟ୍ ପିନ୍ଧିଛନ୍ତି। ହସ ହସ ମୁହଁ। ବେକରେ ମାଳି ଓ ଦେହରେ ପଇତା। ଲାଗୁଛନ୍ତି ଅତି ସାଧାରଣ। ହେଲେ ଆପଣମାନେ ତାଜୁବ ହୋଇଯିବେ ସେ ବି ୧୦୧ କୋଟି ଟଙ୍କାର ସମ୍ପତ୍ତିର ଅଧିକାରୀ। ଧନୀ ହୋଇ ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିବା ଏହି ବୃଦ୍ଧଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତାଙ୍କ ପାଖରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି। କିନ୍ତୁ ଗାଁରେ ସେ ଜଣେ ଅତି ସାଧାରଣ ଲୋକ ଭଳି ଜୀବନ ବିତାଉଛନ୍ତି। ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ନିବେଶ କରିବାରେ ତାଙ୍କର ବିଚକ୍ଷଣ ବୁଦ୍ଧି ରହିଛି। ତାଙ୍କର ଏଲ୍ଆଣ୍ଡ୍ଟିରେ ୮୦ କୋଟି ଟଙ୍କା, ଅଲ୍ଟ୍ରାଟେକ୍ ସିମେଣ୍ଟ୍ରେ ୨୧ କୋଟି ଟଙ୍କା ଏବଂ କର୍ଣ୍ଣାଟକ ବ୍ୟାଙ୍କରେ କୋଟିଏ ଟଙ୍କାର ସେୟାର ରହିଛି। ବର୍ଷକୁ ସେ ଲାଭାଂଶ ବାବଦରେ ୬ ଲକ୍ଷ ଟଙ୍କା ପାଉଛନ୍ତି। ତାଙ୍କ ଜୀବନ କାହାଣୀକୁ ନେଇ ଇଣ୍ଟରନେଟ୍ ଜଗତ ଦୁଇ ଭାଗ ହୋଇଯାଇଛି। କିଛି ଲୋକ ତାଙ୍କ ସରଳ ଜୀବନଶୈଳୀକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ କହିଛନ୍ତି ଯେ ଏତେ ସମ୍ପତ୍ତି ଥାଇ ଯଦି ତାହାକୁ ଉପଭୋଗ କରାନଯିବ ତେବେ ତାହାର କ’ଣ ମୂଲ୍ୟ। ଏହି ବୃଦ୍ଧଙ୍କ ଭିଡିଓକୁ ସୋସିଆଲ ମିଡିଆରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଧନ ଥାଇ ଏଭଳି ଜୀବନଯାପନକୁ ନେଇ ବିତର୍କ ଜାରି ରହିଛି




user2 