ରାଜ୍ୟବାସୀଙ୍କୁ ଡ଼ରାଇଲାଣି କରୋନା

ରାଜ୍ୟବାସୀଙ୍କୁ ଡ଼ରାଇଲାଣି କରୋନା

ଭୁବନେଶ୍ବର: ପୁଣି ଡରାଇବା ଆରମ୍ଭ କଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ହେବ ଉପର ତଳ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ସକ୍ରିୟ ମାମଲା ୧୬୭୦କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆଜି ୯ ହଜାର ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଦଶରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦, ୩୧୩ କୁ ବୃଦ୍ଧି ହୋଇଛି।