ଏଏସଓଙ୍କୁ ମାଡ ଘଟଣାରେ ଛାତ୍ର ଓ ଯୁବ କଂଗ୍ରେସର ବିରୋଧ ପ୍ରଦର୍ଶନ, ଆନ୍ଦୋଳନରେ ସାମିଲ ହେଲେ ମାନସ ଚୌଧୁରୀ

ଏଏସଓଙ୍କୁ ମାଡ ଘଟଣାରେ ଛାତ୍ର ଓ ଯୁବ କଂଗ୍ରେସର ବିରୋଧ ପ୍ରଦର୍ଶନ, ଆନ୍ଦୋଳନରେ ସାମିଲ ହେଲେ ମାନସ ଚୌଧୁରୀ

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଆସିଷ୍ଟାଂଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନ । ବଦଳି ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରୀ ହେବା ପରେ । ଧାରଣାରେ ଛାତ୍ର ଓ ଯୁବ କଂଗ୍ରେସ । ସୂଚନା ମୁତାବକ ବୈକୁଣ୍ଠ ରାଜ୍ୟପାଳଙ୍କ ପୁଅ ଲଳିତଙ୍କ ବିରୁଦ୍ଧରେ ମରଣାନ୍ତକ ଆକ୍ରମଣର ଅଭିଯୋଗ ଆଣିଥିଲେ । ଏପରିକି ପୁରୀ ସମୁଦ୍ରକୂଳ ଥାନାରେ ମଧ୍ୟ ଏନେଇ ବିଧିବଦ୍ଧ ଏତଲା ରୁଜୁ ହୋଇଥିଲା । ପରେ ସଚିବାଳୟ ସେବା ସଂଘର  ସହଯୋଗରେ ଏହି ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କୁ ସପତ୍ନୀକ ଭେଟି ନିଜର ଅଭିଯୋଗ ଜଣାଇଥିଲେ । ସରକାର ତାଙ୍କୁ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ କୈକୁଣ୍ଠଙ୍କୁ କେଉଁ ପ୍ରକାର ନ୍ୟାୟ ମିଳିଲା ବୋଲି ପ୍ରଶ୍ନ କରିଛି ଛାତ୍ର ଓ ଯୁବ କଂଗ୍ରେସ । ତେବେ ଏହି ଆନ୍ଦୋଳନରେ କଂଗ୍ରେସ ନେତା ମାନସ ଚୌଧୂରୀ ମଧ୍ୟ ସାମିଲ ହୋଇଥିଲେ । ମାନସଙ୍କ କହିବା ଅନୁସାରେ ରାଜ୍ୟ ବିଜେପି ସରକାର ପୂର୍ବରୁ ଏକ ପ୍ରକର ତାମିଲ ଶାସନ ଚାଲୁଥିଲା କିନ୍ତୁ ବର୍ତ୍ତମାନର ଝାଡଖଣ୍ଡ ସାସନ ଚାଲୁଛି ।