୧୦ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଲା ଏଆଇସିସି
ଭୁବନେଶ୍ୱର : ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ଦଶ ଜିଲ୍ଲା ପାଇଁ ନୂଆ କଂଗ୍ରେସ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ନୂଆପଡାର ଜିଲ୍ଲା ସଭାପତି ଭାବେ ସୁରେଶ କୁମାର ଆଜାନ୍ଦଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କେନ୍ଦୁଝରର ଜିଲ୍ଲା ସଭାପତି ଭାବେ ଆଡଭୋକେଟ୍ ମୋହନ ପରିଡାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାର ସଭାପତି ଭାବେ ଶ୍ରୀ ଜୟରାମ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭଦ୍ରକ ଜିଲ୍ଲା ସଭାପତି ଭାବେ ଶ୍ରୀ ଅଶୋକ ଦାସଙ୍କୁ ଦାୟିତ୍ୱ ମିଳିଛି । ଅନୁଗୁଳ ଜିଲ୍ଲାର ସଭାପତି ଭାବେ ଶ୍ରୀ ସଂଗ୍ରାମ ମିଶ୍ର ।
ସେହିପରି ସମ୍ବଲପୁରରେ ଶ୍ରୀ ଅସିଫ୍ ଅଲ୍ଲି ଖାନ୍, ସୁନ୍ଦରଗଡରେ ଦନାର୍ଦ୍ଦନ ଦେହୁରୀ, କୋରାପୁଟର ଦୁର୍ଗା ଶଙ୍କର ସାହୁ, ରାୟଗଡାରେ ଶ୍ରୀ ବିଜୟ କୁମାର ଗମାଙ୍ଗଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦେଓଗଡ ଜିଲ୍ଲା ସଭାପତି ଭାବେ ଶ୍ରୀ ସେମ୍ ହେମ୍ବ୍ରମଙ୍କୁ ନିଯୁକ୍ତ କରାଯାଇଛି ।




admin 