ବଦଳିବେ ୨୦ ଜିଲ୍ଲା କଂଗ୍ରେସ ସଭାପତି

ବଦଳିବେ ୨୦ ଜିଲ୍ଲା କଂଗ୍ରେସ ସଭାପତି

ଭୁବନେଶ୍ୱର : ଖୁବଶୀଘ୍ର ପିସିସି ସଭାପତି ଶରତ ପଟ୍ଟନାୟକ ଗଢ଼ିବେ ନୂଆ ଟିମ୍‌  । ନୂଆ ଟିମରେ ଅନେକ ପୁରୁଖା ନେତାଙ୍କୁ ବାଦ ଦିଆଯିବ  । ନେତାଙ୍କୁ କାର୍ଯ୍ୟଦକ୍ଷତା ଆଧାରରେ ଦାୟିତ୍ୱ ଦିଆଯିବ  । ପଦବୀ ନେଇ ବସି ପଡୁଥିବା ନେତାଙ୍କୁ ଦଳ ଆଉ ଗୁରୁତ୍ୱ ଦେବ ନାହିଁ  । ଏମିତି ରଣନୀତି କରିଛନ୍ତି ଶରତ  । 
ମିଳିଥିବା ସୂଚନା ଅନୁଯାୟୀ, ପାଖାପାଖି ୨୦ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଶରତ ବଦଳାଇବେ  । ନିକଟରେ ରାୟପୁର ଠାରେ ହୋଇଥିବା କଂଗ୍ରେସ ଅଧିବେଶନରେ ଜିଲ୍ଲା ସଭାପତି ଓ ପଦାଧିକାରୀ ନିଯୁକ୍ତି ନେଇ କେତେକ ଗାଇଡ଼ଲାଇନ ଦିଆଯାଇଥିଲା  । ଯେଉଁ ନେତାମାନେ ଗୋଟିଏ ଜିଲ୍ଳାରେ ଲଗାତର ୫ ବର୍ଷ ଧରି ଜିଲ୍ଲା ସଭାପତି ରହିବେ ସେମାନଙ୍କୁ ବାଦ ଦିଆଯିବ  । ଅର୍ଥାତ ସେମାନଙ୍କୁ ଆଉ ଜିଲ୍ଲା ସଭାପତି କରାଯିବ ନାହିଁ  । ସେହିପରି କେତେକ ନେତା ବିଭିନ୍ନ ପିସିସି ସଭାପତିଙ୍କ ଅମଳରେ ସଭାପତି ଥିଲେବି କାମ କରୁନାହାନ୍ତି  । ସଂଗଠନର ଧାର ଧରୁନାହାନ୍ତି  । ସକ୍ରିୟ ନଥିବା ଜିଲ୍ଲା ସଭାପତିମାନଙ୍କୁ ବାଦ ଦେବା ପାଇଁ ଶରତ ନିଷ୍ପତି ନେଇଛନ୍ତି  । ଶରତ ନିଜ ଟିମରେ ଯୁବବର୍ଗଙ୍କୁ ଫୋକସ କରିବେ ବୋଲି ଚର୍ଚ୍ଚା ହେଉଛି  । ଆସନ୍ତା ସପ୍ତାହକ ଭିତରେ ଶରତ ନୂଆ ଟିମ ଗଠନ କରିବାକୁ ଯାଉଛନ୍ତି । ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଗୁରୁ ଦାୟିତ୍ୱ ଦିଆଯିବାର ସମ୍ଭାବନା ରହିଛି  ।