ଛତ୍ର ବଜାର ଓ ଅର୍ବାନ ହାଟ ରେ ମାରାଥନ ରେଡ୍ କରିବା ସହ ଷ୍ଟକ୍ ଯାଞ୍ଚ କରିଛି ଜିଲ୍ଲା ଯୋଗାଣ ବିଭାଗ ର ଟିମ୍।

କଟକ ରେ ଆଳୁ ଦର ଆଜି ଆକାଶ ଛୁଆଁ। ପଶ୍ଚିମ ବଙ୍ଗ ରୁ ଛତ୍ର ବଜାର କୁ ଆଳୁ ଗାଡ଼ି ଆସିନଥିବା କାରଣରୁ ଆଳୁ ସଙ୍କଟ ଦେଖା ଦେବା ସହ ଆଳୁ କିଲୋ ପ୍ରତି ୬୦ ଟଙ୍କା ରେ ହେଉଛି ବିକ୍ରି। ଯାହାକୁ ନେଇ ନାହିଁ ନଥିବା ଅସନ୍ତୋଷ ପ୍ରକାଶ ପାଇଛି ଗ୍ରାହକ ମାନଙ୍କ ମଧ୍ୟରେ। ସେହିଭଳି ଆଜି ଉଭୟ ଛତ୍ର ବଜାର ଓ ଅର୍ବାନ ହାଟ ରେ ମାରାଥନ ରେଡ୍ କରିବା ସହ ଷ୍ଟକ୍ ଯାଞ୍ଚ କରିଛି ଜିଲ୍ଲା ଯୋଗାଣ ବିଭାଗ ର ଟିମ୍।

ଗତକାଲି ଠାରୁ ପଶ୍ଚିମ ବଙ୍ଗ ରୁ ଓଡ଼ିଶା ଆସୁନାହିଁ ଆଳୁ ଗାଡ଼ି ଯାହାର ପ୍ରଭାବ ସାରା ଓଡ଼ିଶାରେ ପଡ଼ିଥିବା ବେଳେ ପରିବା ବ୍ୟବସାୟର ପେଣ୍ଠ ସ୍ଥଳୀ କୁହାଯାଉଥିବା ଛତ୍ର ବଜାର ରେ ମଧ୍ୟ ଯଥେଷ୍ଟ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । କାରଣ ଆଜି କଟକ ଛତ୍ର ବଜାର ଅର୍ବାନ ହାଟ ରେ ଆଳୁ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀ ମାନେ କିଲୋ ପ୍ରତି ୬୦ ଟଙ୍କା ରେ ବିକ୍ରି କରୁଥିବା ବେଳେ ଧଡା ପ୍ରତି ୧୭୦ ରୁ ୧୮୦ ଟଙ୍କା ରେ ବିକ୍ରି କରୁଛନ୍ତି। ଗୋଦାମ ରୁ ୩୮ କେଜି ର ଆଳୁ ପ୍ୟାକେଟ ପାଖାପାଖି ୨୨୦୦ ଟଙ୍କାରେ କିଣିବାକୁ ପଡୁଛି ବ୍ୟବସାୟୀ ମାନଙ୍କୁ। ଗତ ୫ ତାରିଖ ଠାରୁ ଆଳୁ ଗାଡ଼ି ଆସିନଥିବା କାରଣରୁ ବଜାରରେ ମଧ୍ୟ ସେତେ ପରିମାଣ ର ଆଳୁ ନାହିଁ । ଯାହା ଅଛି ତାହା ଉଚ୍ଚା ଦର ରେ ବିକ୍ରି ହେଉଥିବା କଥା କହିଛନ୍ତି ଖୁଚୁରା ଆଳୁ ବ୍ୟବସାୟୀ।ଆଳୁ ର ଦର ବୃଦ୍ଧି ଯୋଗୁଁ ନାହିଁ ନଥିବା ଅସନ୍ତୋଷ ଦେଖିବାକୁ ମିଳିଛି ଗ୍ରାହକ ମାନଙ୍କ ମନରେ। ୩ କେଜି ଆଳୁ କିଣୁଥିବା ବେଳେ ବର୍ତ୍ତମାନ ୧ କେଜି କିମ୍ବା ୫୦୦ ଗ୍ରାମ ଆଳୁ ନେଇକି ଘରକୁ ଯାଉଥିବା କଥା କହିଛନ୍ତି ଗ୍ରାହକ ମାନେ ।

ଅନ୍ୟପଟେ ଆଜି ଉଭୟ ଛତ୍ର ବଜାର ଓ ଅର୍ବାନ ହାଟ ରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ରେଡ୍ କରାଯାଇଛି। ଗୋଦାମ ରେ କେତେ ଷ୍ଟକ୍ ରହିଛି ଓ କେତେ ଟଙ୍କା ରେ ବିକ୍ରି ହେଉଛି ତାହାର ଯାଞ୍ଚ କରାଯାଇଛି। ଏହା ସହ ଖୁଚୁରା ବ୍ୟବସାୟୀ ମାନଙ୍କ ଦୋକାନ ରେ ଯାଇ ମଧ୍ୟ ଯାଞ୍ଚ କରିଛି ଟିମ୍। ଗତ ୫ ତାରିଖ ଦିନ ହିଁ ପଶ୍ଚିମ ବଙ୍ଗ ରୁ ଆଳୁ ଆସିଥିଲା ଆଉ ଆସିନାହିଁ  ଯାହା ଚାଷୀ ମାନେ କୋଲ୍ଡ ଷ୍ଟୋର ଆଳୁ ରଖିଛନ୍ତି ତାହା ବ୍ୟବସାୟ ହେଉଛି। ଯଦି କେହି କଳା ବଜାରୀ କରେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ।

ଏମିତି ରେ ବି ବର୍ତ୍ତମାନ କଟକରେ ଆଳୁ ସଙ୍କଟ ଜାରି ରହିଛି। ଯଦି ଆଳୁ ଗାଡ଼ି ପଶ୍ଚିମ ବଙ୍ଗ ରୁ ନ ଆସେ ତେବେ କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରାଯାଏ ତେବେ ଆଗକୁ କଟକ ରେ ଆଳୁ ମିଳିବା ମୁସ୍କିଲ ହୋଇଯିବ।