ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି ଏଭଳି ପରାମର୍ଶ ଦେଲେ ଭର୍ତ୍ତୃହରି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶଂସା କରିବା ସହ କିଛି ପରାମର୍ଶ ଦେଇଛନ୍ତି । ଏକ ସଭାମଞ୍ଚରେ ଭର୍ତ୍ତୃହରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ‘ଫାଉଲ’ ପରାମର୍ଶ ଦେଇଛନ୍ତି । ରେଭେନ୍ସା ବାଳିକା ବିଦ୍ୟାଳୟର ୧୫୦ ବର୍ଷ ପୂର୍ତ୍ତି ସଭାରେ ଭର୍ତ୍ତୃହରି ମହତାବ କେନ୍ଦ୍ରମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ କହିଥିଲେ ଯେ ଖେଳ ପଡ଼ିଆରେ ଅନେକ ଫାଉଲ ଭୋଗିବାକୁ ହୁଏ । ଯିଏ ଆଗକୁ ଦୌଡ଼ିଲା ତାକୁ ଫାଉଲ ମାରିବାକୁ ଚେଷ୍ଟା ହୋଇଥାଏ । ଜବୀନରେ ବହୁ ପ୍ରକାର ଫାଉଲ ମାରିବା ଲୋକ ଅଛନ୍ତି । ଧର୍ମେନ୍ଦ୍ର ବାବୁ କିଏ କ’ଣ ଫାଉଲ ମାରୁଛି ମନ ଶଙ୍କା କରିବେନି । ଆପଣ କୁଶଳୀ ଲୋକ, ବଲ ଛଡ଼ାଇବାକୁ କିଏ ଉଦ୍ୟମ କଲେ ତାକୁ ଅତିକ୍ରମ କରି ଗୋଲ କରିବା କୌଶଳ ଆପଣଙ୍କୁ ଜଣା । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଣଙ୍କୁ କୌଣଳ ଓ ଦକ୍ଷତା ବିକାଶ ମନ୍ତ୍ରୀ କରିଛନ୍ତି ବୋଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ।