ପରିବାର ଅଦାଲତରେ ବର୍ଷାଙ୍କୁ ଦେଢ଼ ଘଣ୍ଟା ଜେରା

ପରିବାର ଅଦାଲତରେ ବର୍ଷାଙ୍କୁ ଦେଢ଼ ଘଣ୍ଟା ଜେରା

କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବୁଧବାର ପରିବାର ଅଦାଲତରେ ବର୍ଷାଙ୍କୁ ଦେଢ଼ ଘଣ୍ଟା ଜେରା କରାଯାଇଛି ।

ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ୍‌ ରୁଜୁ ହୋଇଥିଲା । ହାଇକୋର୍ଟ ତ୍ୱରିତ ବିଚାର ପାଇଁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୁଧବାର, ଗୁରୁବାର ଏବଂ ଶୁକ୍ରବାର ତିନି ଦିନ ମାମଲାର ଶୁଣାଣି ପାଇଁ ଧାର୍ୟ୍ୟ ହୋଇଛି । ଏବେ ନିମ୍ନ ଅଦାଲତ ସକାଳୁଆ ଚାଲୁଥିବା ବେଳେ ପରିବାର ଅଦାଲତରେ ବର୍ଷାଙ୍କୁ ପ୍ରଥମେ ସକାଳ ପ୍ରାୟ ୯ଟା ୪୦ରେ ଜେରା ଆରମ୍ଭ କରାଯାଇଥିଲା । ୧୦ଟା ପର୍ୟ୍ୟନ୍ତ ଜେରା ଚାଲିବା ପରେ ମଝିରେ ଜେରା ବନ୍ଦ ରହିଥିଲା । ପୁନର୍ବାର ୧୧ଟା ୨୦ରୁ ଜେରା ଆରମ୍ଭ ହୋଇ ସାଢେ ୧୨ଟା ପର୍ୟ୍ୟନ୍ତ ଚାଲିଥିଲା । ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଏହି ଜେରା କରିଥିଲେ । ଆସନ୍ତାକାଲି ମଧ୍ୟ ବର୍ଷାଙ୍କୁ ଜେରା କରାଯିବ ବୋଲି ଜଣାପଡିଛି ।