ଚାରି ଦିନ ପରେ ଆରମ୍ଭ ହେବ ପ୍ରଚାର, କଂଗ୍ରେସ ଉପରେ ସମସ୍ତଙ୍କ ନଜର
ହରିୟାଣା ନିର୍ବାଚନ ପ୍ରଚାରକୁ ଆଉ ମାତ୍ର 4 ଦିନ ବାକି ରହିଛି । କିନ୍ତୁ ପ୍ରଚାର ପୂର୍ବରୁ ସରଗରମ ହୋଇଛି ରାଜ୍ୟ ଏବଂ ଦେଶ ରାଜନୀତି । ନିର୍ବାଚନୀ ଫଳାଫଳ ବା ଜନସମର୍ଥନ ନିଜ ପକ୍ଷରେ ନେବାପାଇଁ କଶରତ ଚଳାଇଛି ବିଭିନ୍ନ ରାଜନୈତିକ ଦଳ । କିନ୍ତୁ ୟାରିଭିତରେ ସାମ୍ନାକୁ ଆସିଛି ବିଜେପି ଏବଂ କଂଗ୍ରେସର ରାଜନୈତିକ ଫାଇଟ୍ । ବିଶେଷଜ୍ଞଙ୍କ ମତ ଅନୁସାରେ ହାରିୟାଣାର ଜନାଦେଶ ନିର୍ଦ୍ଧାରଣ କରିବ ଉଭୟ ବିଜେପି ଓ କଂଗ୍ରେସର ରାଜନୈତିକ ଭବିଶ୍ୟତ । 2024 ସାଧାରଣ ନିର୍ବାଚନ କଂଗ୍ରେସ ଓ ବିଜେପିକୁ ଆଇନା ଦେଖାଇବା ପରେ ସକ୍ରିୟରହିଛନ୍ତି ଉଭୟଦଳ । ବିଜେପି ଭାବିଚିନ୍ତି ବୟାନ ଦେଉଥିବା କଥା ହେଉ କିମ୍ବା ନିଜଦଳର କୌଣସି ବୟାନକୁ ନେଇ ଚୁପରହିବାର ପରାମର୍ଶ ହେଉ, ଏସବୁକୁ ଏଡାଇ ଦିଆ ଯାଇ ନପାରେ । କଂଗ୍ରେସ ସାଧାରଣ ଲୋକଙ୍କ ମୌଳିକ ସୁବିଧା ଏବଂ ରାଜ୍ୟର ସ୍ଥିତି ପରିବର୍ତ୍ତନ କରିବା ନେଇ ରାଜ୍ୟବାସୀଙ୍କ ସମର୍ଥନ ଲୋଡିଛି । ସ୍ଥିତିଦେଖିଲେ ଲାଗୁଛି ରାଜ୍ୟରେ ରାଜନୈତିକ ତାପମାତ୍ରା ଅଧିକ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ହରିୟାଣାର କୋଥଲରେ ବ୍ରାହ୍ମଣ ସମ୍ପ୍ରଦାୟ ସମ୍ମିଳନୀରେ ବିଜେପି ଉପରେ ଏକ ବଡ ଆକ୍ରମଣ କରିଥିଲେ। ସୁରଜୱାଲା । ହରିୟାଣାର ଶାସକ ବିଜେପିକୁ ବ୍ରାହ୍ମଣର ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରିଛନ୍ତି। କେବଳ ଏତିକି ନୁହେଁ, ସେ ୟୁପିର ଯୋଗୀ ସରକାର ବିଷୟରେ ମଧ୍ୟ ଲମ୍ବାଚଉଡା ବିରୋଧର ଫର୍ଦ୍ଦ ଖୋଲିଥିଲେ ।