ବସ୍ ଦୁର୍ଘଟଣା, ୧୦ ତୀର୍ଥ ଯାତ୍ରୀ ଗୁରୁତର

ଜଳେଶ୍ବର: ତୀର୍ଥ ଯାତ୍ରୀ ବସ୍କୁ ଧକ୍କା ଦେଲା ଆଉ ଏକ ତୀର୍ଥ ଯାତ୍ରୀ ବସ୍ । ଦୁର୍ଘଟଣାରେ ୧୦ ତୀର୍ଥ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଉଦ୍ଧାର ପରେ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଉଭୟ ବସ୍ରେ ୬୦ ଜଣ ଯାତ୍ରୀ ଥିବା ସୂଚନା । ମାମଲାରେ ବସ୍ତା ପୋଲିସର ତଦନ୍ତ ଜାରି ରହିଛି । ଗୋଟିଏ ବସ୍ ବିହାରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଅନ୍ୟ ବସ୍ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି ।