ଘାଟି ତଳକୁ ଟ୍ରକ୍‌ ଖସିଲା, ଚାଳକ ମୃତ

ଘାଟି ତଳକୁ ଟ୍ରକ୍‌ ଖସିଲା, ଚାଳକ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଟ୍ରକ ଖସି ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛନ୍ତି ଶନିବାର ଭୋର ସମୟରେ ୪୯ନଂ ଜାତୀୟ ରାଜପଥର ଏହି ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ସେଠାରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଜଣକ ଗୁରୁତର ଆହତ ହୋଇଛନ୍ତି ଉଭୟଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବୋଲି ଜଣାପଡିଛି ମୃତ ଟ୍ରକ ଚାଳକ ହେଲେ ଶ୍ୟାମସୁଦ୍ଦିନ ଖାନ(୪୫) ଆହତ ହୋଇଥିବା ହେଲ୍ପର ବଙ୍କିମ ହେମ୍ବ୍ରମ(୨୮) ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ତଦନ୍ତ ଚଳାଇଛି