ବାସ୍ତୁଶାସ୍ତ୍ର : ଘରେ ବୁଢୀଆଣୀ ଜାଲ କ୍ଷତିକାରକ

ବାସ୍ତୁଶାସ୍ତ୍ର : ଘରେ ବୁଢୀଆଣୀ ଜାଲ କ୍ଷତିକାରକ

ଘର ସଫା ନହେଲେ ବୁଢୀଆଣୀ ଜାଲ ହେଉଥିବା ଆପଣ ଦେଖିଥଇବେ ନିଶ୍ଚୟ । ଆପଣ ହୁଏତ ଜାଣି ନାହାଁନ୍ତି ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ଘର ପାିଁ ଡାକି ଆଣେ ଅନେକ ସମସ୍ୟା । ଏହି ଜାଲ ଦ୍ୱାରା ଘର ଅସନା ଦେଖାଯାଉଥିବା ଯୋଗୁ ମାତା ଲକ୍ଷ୍ମୀ ରୋଷ କରିଥାନ୍ତି ଯାହାଦ୍ୱାରା ଘରେ ଅଭାବ ଅନଟନ ଲାଗିରହେ ଓ ପରିବାର ସଦସ୍ୟଙ୍କ ମନ ଭାରାକ୍ରାନ୍ତ ରହି ଘରେ ଝଗଡ଼ା ବି ଲାଗରହେ । ଏହାଛଡା କୌଣସି କାର୍ଯ୍ୟ ଠିକ୍‌ରେ ହୋଇପାରେନା । ଯେଉଁଥିପାଇଁ ଅସଫଳତାର ମୁହଁ ଦେଖିବାକୁ ପଡେ । ଜାଲରେ ଲାଗି ରହିଥିବା ଅନେକ ସୂକ୍ଷ୍ମ ଜୀବ ମଧ୍ୟ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାନ୍ତି । ତେଣୁ ସାଧାରଣ ଲାଗୁଥିବା ବୁଢ଼ିଆଣୀ ଜାଲକୁ ଘରେ କେବେ ବି ଜମିବାକୁ ଦିଅନ୍ତୁନି । ଏହା ଘରକୁ ନକାରାତ୍ମକ ଊର୍ଜା ଡାକିଆଣେ ।

୭-