ଘଣ୍ଟାକୁ ନେଇ ବାସ୍ତୁ
ଘଣ୍ଟାକୁ ନେଇ ରହିଛି ବାସ୍ତୁ ନିୟମ । ଆପଣ ଜାଣିଛନ୍ତି କି?
ବାସ୍ତୁଶାସ୍ତ୍ର ଅନୁଯାୟୀ ଘଣ୍ଟା ଲଗାଇବା ପାଇଁ ସଠିକ ଦିଗର ଚୟନ କରିବା ବି ଜରୁରୀ ହୋଇଥାଏ ।
ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର । ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର । ସେହି ଦିଗରେ ଘଣ୍ଟା ଲଗାଇବା ଉଚିତ୍ ନୁହେଁ, କାରଣ ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।
ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାଇବା ଠିକ୍ ନୁହେଁ । କାରଣ ଏହାଦ୍ୱାରା ଘରେ ସର୍ବଦା କଳହ ଲାଗି ରହିଥାଏ ।
ଘଣ୍ଟାକୁ ସବୁବେଳେ ସଫା ରଖିବା ଆବଶ୍ୟକ । ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ । ଏହାଦ୍ୱାରା ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଘରର ହଲ୍ରେ ପେଣ୍ଡୁଲମ୍ ଘଣ୍ଟା ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।




admin 