କାହିଁକି ଋଷରେ ବିଦ୍ରୋହ ?

ରୁଷରେ ଅତି ନାଟକୀୟ ଭାବେ ଘରୋଇ ସେନା ୱାଗନର ଗୋଷ୍ଠୀର ବିଦ୍ରୋହୀ ଆରମ୍ଭ ହୋଇଛି। ଏହି ଗୋଷ୍ଠୀ ମୁଖ୍ୟ ୟେବଗେନି ପ୍ରିଗୋଝିନଙ୍କ ନେତୃତ୍ବରେ ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏବେ ୟୁକ୍ରେନ୍ ସହାୟତା ଯୋଗାଉଛି।

କାହିଁକି ଋଷରେ ବିଦ୍ରୋହ ?

ରୁଷରେ ଅତି ନାଟକୀୟ ଭାବେ ଘରୋଇ ସେନା ୱାଗନର ଗୋଷ୍ଠୀର ବିଦ୍ରୋହୀ ଆରମ୍ଭ ହୋଇଛି। ଏହି ଗୋଷ୍ଠୀ ମୁଖ୍ୟ ୟେବଗେନି ପ୍ରିଗୋଝିନଙ୍କ ନେତୃତ୍ବରେ ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏବେ ୟୁକ୍ରେନ୍ ସହାୟତା ଯୋଗାଉଛି। ପ୍ରିଗୋଝିନ ଦାବି କରିଛନ୍ତି ଯେ ରୁଷ୍ ସେନା ୟୁକ୍ରେନରେ ୱାଗନର ଗୋଷ୍ଠୀ ଉପରେ ଆକ୍ରମଣ କରିଛି ଏବଂ ଅନେକ ସୈନିକଙ୍କୁ ନିପାତ କରିଛି। ପ୍ରିଗୋଝିନ କହିଛନ୍ତି ଯେ ତାଙ୍କ ସୈନିକ ୧୬ ମାସ ଧରି ୟୁକ୍ରେନରେ ଲଢ଼େଇ ଜାରି ରଖିଥିଲେ ମଧ୍ୟ ରୁଷ୍ ସେନା ଠିକ୍ ସମୟରେ ସେମାନଙ୍କୁ ଅସ୍ତ୍ର ଦେଇନଥିଲା।

ଡୋନେସ୍କରେ ରୁଷ୍ ସେନାର ବିମାନ ଆକ୍ରମଣରେ ତାଙ୍କର ଅନେକ ସୈନିକ ନିପାତ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି। ତେବେ ନିଜ ସୈନିକଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରଖିବା ସଂକ୍ରାନ୍ତ ଏକ ଚୁକ୍ତିକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ରୁଷ୍ ସେନା ତାଙ୍କ ଗୋଷ୍ଠୀ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଏବଂ ବିମାନ ଆକ୍ରମଣରେ ତାଙ୍କ ସୈନିକଙ୍କୁ ନିପାତ କରିଥିବାରୁ ସେ ଏହି ବିଦ୍ରୋହ ଆରମ୍ଭ କରିଛନ୍ତି। ତେବେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଏବଂ ସେମାନେ କ୍ଷମତା ପାଇଁ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ପ୍ରିଗୋଝିନ କହିଛନ୍ତି ଯେ ଆମର ୨୫ ହଜାର ସୈନିକ ଅଛନ୍ତି ଏବଂ ଆମେ ରୁଷ୍ ସେନାକୁ ହରାଇବା ନିମନ୍ତେ ମରିବାକୁ ପ୍ରସ୍ତୁତ। ରୁଷ୍ ଦକ୍ଷିଣାଞ୍ଚଳର ସବୁ ସାମରିକ ପ୍ରତିଷ୍ଠାନ ଆମ କବଜାରେ ରହିଛି ବୋଲି ସେ କହିଛନ୍ତି।