ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ଭଲ କାର୍ୟ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ଭଲ କାର୍ୟ୍ୟକ୍ରମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ  ପ୍ରତିଭାର ସୁରଭି ସମସ୍ତେ ଅନୁଭବ କରନ୍ତୁ। ଲୋକ ସେବା ଭବନ କନଭେନସନ ହଲ ଠାରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲା ମାନଙ୍କ ପାଇଁ ଆୟୋଜିତ ସର୍ଗିଫୁଲ୍ କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ସହ ପ୍ରତିଭାର ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ୍ ଭଲ କାର୍ୟ୍ୟକ୍ରମ । ଏହା ସହିତ ପିଲା ମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି  ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି। ପିଲା ମାନଙ୍କୁ  ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ , ପିଲାମାନେ ସର୍ଗିଫଲ୍ ପାଇଁ ଭୁବନେଶ୍ଵର ଆସିଛନ୍ତି । ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ୟ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି । ଏହାଦ୍ବାରା  ସେମନଙ୍କର ଜ୍ଞାନ ଓ ଅଭିଜ୍ଞତା  ବୃଦ୍ଧି ହେଉଛି। ପିଲା ମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ । ଆଗକୁ ବଢିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା ।  ବିଜ୍ଞାନ, ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର । ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ  ସଫଳ ହେବା ବୋଲି ସେ କହିଥିଲେ। ଜନଜାତି ବିଦ୍ୟାଳୟର ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପିଲା ମାନଙ୍କ  ପାଇଁ କମ୍ପୁଟର ଶିକ୍ଷା, ସ୍ବାସ୍ଥ୍ୟ  ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ୟ୍ୟକ୍ରମ କରାଯାଉଛି ।
ସ୍କୁଲ କୁ ଘର ଓ ପରିବାର ସଙ୍ଗେ ତୁଳନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍କୁଲ ତୁମ ନିଜ ଘର ପରି, ସହପାଠୀ ମାନେ, ତୁମ ପରିବାର ସଦସ୍ୟ ପରି।  ସେଥିପାଇଁ, ରାଜ୍ୟ ସରକାର ସେମାନଙ୍କ  ପିତାମାତା ମାନଙ୍କୁ ସ୍କୁଲର କ୍ଟ୍ରବକ୍ସଗ୍ଧଦ୍ଭରକ୍ସ କରିଛନ୍ତି । ତେଣୁ ପିଲାମାନେ ଖୁସିରେ ପାଠ ପଢିବା ଉଚିତ୍ ବୋଲି ସେ କହିଥିଲେ। ପୁରସ୍କାର ପାଉଥିବା ସବୁ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସୂଚନା ଯୋଗ୍ୟ ଯେ, ସରଗି ଫୁଲ ହେଉଛି ଆସ୍ଥାର ପ୍ରତୀକ, ପ୍ରଗତିର ପ୍ରତୀକ, ସୃଜନର ପ୍ରତୀକ । ଏହି ଆସ୍ଥା, ପ୍ରଗତି ଓ ସୃଜନକୁ ନେଇ ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭିନ୍ନ ଜନଜାତି ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବାର ପ୍ରୟାସ ନେଇ ସରଗି ଫୁଲ ମହୋତ୍ସବ ପ୍ରତିବର୍ଷ ଆୟୋଜିତ ହୋଇଥାଏ ।