ଜୁନ ୨୦ବେଳକୁ ଓଡ଼ିଶାରେ ମୌସୁମୀ
ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଯୋଗୁ କେରଳରେ ମୋସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହେଉଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେରଳ ଉପକୂଳରେ ମେଘର ଘନତ୍ୱ ବୃଦ୍ଧି ପାଇଛି। ତେବେ ଜୁନ ୨୦ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆରବ ସାରରେ ବାତ୍ୟା କାରଣରୁ ମୌସୁମୀ ବିଳମ୍ବ ହେଉଛି ଆଉ ଏଣେ ସାରା ଓଡ଼ିଶା ଅସହ୍ୟ ତାତିରେ ଜଳୁଛି । ଆସନ୍ତା ୩ ଦିନ ପର୍ୟ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଗ୍ରୀଷ୍ମପ୍ରବାହ ଜାରି ରହିବ।




admin 