୫୧ ପ୍ରତିଶତ ଭୋଟ ପାଇ ରାଜ୍ୟରେ ସରକାର ଗଢିବ ବିଜେପି: ମନମୋହନ

୫୧ ପ୍ରତିଶତ ଭୋଟ ପାଇ ରାଜ୍ୟରେ ସରକାର ଗଢିବ ବିଜେପି: ମନମୋହନ

ଭୁବନେଶ୍ୱର: ୨୦୨୪ରେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ । ୫୧ ପ୍ରତିଶତ ଭୋଟ ପାଇ ବିଜେପି ରାଜ୍ୟରେ ସରକାର ଗଢିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ଭେଟି ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାରେ ସରକାର ଗଠନ ପାଇଁ କେନ୍ଦ୍ରୀୟ ନେତୃତ୍ୱ ସହଯୋଗ କରିବେ ବୋଲି କହିଛନ୍ତି । ଓଡ଼ିଶାର ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି ।  ଦିଲ୍ଲୀଗସ୍ତ ସଫଳ ହୋଇଛି । କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ପାଇଁ ସିରିୟସ ଅଛନ୍ତି ।  ଉର୍ଭ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ କରିବା ଯୋଜନା ରହିଛି ।  କେନ୍ଦ୍ରରେ ପୁଣି ବିଜେପି ସରକାର ଗଠନ କରିବ ଏବଂ ଓଡ଼ିଶାରେ ପରିବର୍ତ୍ତନ ହେବ ।  ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ ରହିଛି ।  ୫୧ ପ୍ରତିଶତରୁ ଅଧିକ ଭୋଟ ନେଇ ଟାର୍ଗେଟ ରହିଛି ।  ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡି ଅପପ୍ରଚାର କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଅନ୍ୟପକ୍ଷରେ ଦିନେ ଦୁଇଦିନ ଭିତରେ ଝାରସୁଗୁଡ଼ା ପାଇଁ ପ୍ରାର୍ଥୀ ଘୋଷଣା ହେବ ବୋଲି ସେ କହିଛନ୍ତି ।