ପୁଲିସ ମୁଣ୍ଡରେ ବନ୍ଧୁକ
ଜଗତସିଂହପୁର: ମୁଣ୍ଡରେ ବନ୍ଧୁକ ଲଗାଇ ପୁଲିସ ଅଫିସରଙ୍କ ଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ତିର୍ତ୍ତୋଲ କୋଟକଣା ନିକଟରେ ମହିଳା ପୁଲିସଙ୍କୁ ଅଟକାଇଥିଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ମହିଳା ପୁଲିସଙ୍କ ନାଁ ସର୍ମିଷ୍ଠା ନାୟକ । ସେ ଜଗତସିଂହପୁରରୁ ସ୍କୁଟିରେ ତିର୍ତ୍ତୋଲ ଯାଉଥିଲେ। ଏକ ବାଇକରେ ତିନି ଦୁର୍ବୃତ୍ତ ଆସିଥିଲେ। ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅଳଙ୍କାର ଲୁଟିନେଇ ଘଟଣ ସ୍ଥାନରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଫେରାର ଦୁର୍ବୃତ୍ତକୁ ଧରିବା ପାଇଁ ତିର୍ତ୍ତୋଲ ପୁଲିସ ଜୋରଦାର ତନାଘନା ଆରମ୍ଭ କରିଛି।




admin 