ଦେଶ ଆଜି ପାଳନ କରୁଛି କାର୍ଗିଲ ବିଜୟ ଦିବସ

ନୂଆଦିଲ୍ଲୀ: ଦେଶ ଆଜି ୨୪ ତମ କାର୍ଗିଲ ବିଜୟ ଦିବସ ପାଳନ କରୁଛି । କାରଗିଲ୍ ୱାର ମେମୋରିଆଲରେ ବିଜୟ ଦିବସ ପାଇଁ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ପାଳନ କରାଯାଉଛି । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି । ୧୯୯୯ରେ ଲାହୋର ରାଜିନାମାକୁ ଅମାନ୍ୟ କରି ପାକିସ୍ତାନ ସେନା କଶ୍ମୀରର କାର୍ଗିଲ ଅଞ୍ଚଳରେ ପ୍ରବେଶ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିବା ପରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ । ଏଥିରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ।
ଜୁଲାଇ ୨୬ରେ ଭାରତୀୟ ସେନା କାର୍ଗିଲ୍ରେ ପାକିସ୍ତାନ ନିର୍ମିତ ଘାଟିଗୁଡ଼ିକ ଧ୍ବଂସ କରି ବିଜୟ ହାସଲ କରିଥିଲେ । ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୩୫୭ରୁ ୪୫୩ ଭିତରେ ସୈନିକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।