ଆଇ.ଏମ୍.ଏସ୍ ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ , ବୃତିଗତ ଶିକ୍ଷାରେ କୌଶଳ ବିକାଶ ଅପରିହାର୍ଯ୍ୟ

ଭୁବନେଶ୍ୱର,୧୨/୦୯: ଶ୍ରେଣୀଗୃହ ଶିକ୍ଷା ସହ ଅନୁଭୁତି ଓ ଅନୁଭବରୁ ମିଳୁଥିବା ଶିକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କେବଳ ପାଠ୍ୟପୁସ୍ତକ ନ ପଢ଼ି ଆଗ୍ରହ ଥିବା
ବିଷୟବସ୍ତୁ ଉପରେ ଆଧାରିତ ପୁସ୍ତକ ଯଥା ଗଳ୍ପ, ଉପନ୍ୟାସ, ପତ୍ରପତ୍ରିକା, ଖବରକାଗଜ ଇତ୍ୟାଦି ପଢ଼ିବା ଉଚିତ ବୋଲି ଅତିଥିମାନେ ଗୁରୁତ୍ୱାରୋପ
କରିଥିଲେ ।
ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ୨୦୨୩-୨୪ ଶିକ୍ଷାବର୍ଷର ନବାଗତ ଛାତ୍ରଛାତ୍ରୀମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ରେ
ଯୋଗ ଦେଇ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା “ମ୍ୟାଡ଼ାମ
ପ୍ରେସିଡେଂଟର” ଲେଖକ ସନ୍ଦିପ ସାହୁ ସାମ୍ବାଦିକତାରେ ନୈତିକ ମୂଲ୍ୟବୋଧର ଅଭାବ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଭୟ ଓ ପ୍ରଲୋଭନ ଠାରୁ
ଦୁରେଇ ରହି ସମ୍ବେଦନଶୀଳତା ସହ ସାମ୍ବାଦିକତା କରିବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ନନ୍ଦିଘୋଷ ଟି.ଭି.ର ମୁଖ୍ୟ ସଂପାଦକ ଶିଶିର ଭ...ମିଶ୍ର କହିଥିଲେ ଯେ ଅତୀତ ଓ ବର୍ତମାନର ସାମ୍ବାଦିକତାରେ
ଅନେକ ପରିବର୍ତନ ଘଟିଛି । ଏବେ ଭଲ ଦରମା ମିଳୁଥିଲେ ବି ଦକ୍ଷ ସାମ୍ବାଦିକମାନଙ୍କର ଅଭାବ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଦକ୍ଷତା ବୃଦ୍ଧି
ନିମନ୍ତେ ନିରନ୍ତର ଅଭ୍ୟାସ ଏକାନ୍ତ ଆବଶ୍ୟକ ବୋଲି ସେ ମତାମତ ଦେଇଥିଲେ । ନିଜର ସୃଜନଶୀଳତା ଜ୍ଞାନକୌଶଳକୁ ପ୍ରୋୟଗ କରି ସ୍ୱତବ ଭାବରେ
ଉପସ୍ଥାପନ କରିବାର ଦକ୍ଷତା ବ୍ୟକ୍ତିକୁ ସମାଜରେ ପ୍ରତିଷ୍ଠିତ କରାଇଥାଏ ବୋଲି ସେ କହିଥିଲେ ।
ସେହିପରି ବକୁଳ ଫାଉଣ୍ଡେସନର ସମ୍ପାଦକ ସୁଜିତ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ନିଜର ରୁଚି ଅନୁଯାୟୀ ବୃତି ଆପଣେଇବା ସହ ସେ କ୍ଷେତ୍ର ଅନୁଯାୟୀ
ଦକ୍ଷତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ । ଜ୍ଞାନ ଏବଂ ବୌଦ୍ଧିକ ବିକାଶ ପାଇଁ ପାଠ୍ୟ ପୁସ୍ତିକା ସହ ଗବେଷଣାତ୍ମକ ସନ୍ଦର୍ଭ ମଧ୍ୟ ପଢ଼ିବା
ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକତା ଓ ଗଣ
ଯୋଗାଯୋଗର ମୁଖ୍ୟ ମନୋରଞ୍ଜନ ପଣ୍ଡା ଏହି ସଭାକୁ ପରିଚାଳନା କରିଥିଲେ ଏବଂ ସମାଜସେବା ବିଭାଗର ମୁଖ୍ୟ ରଘୁନାଥ ମଣ୍ଡଳ ଧନ୍ୟବାଦ ଅର୍ପଣ
କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରି ଆଦି ଉପସ୍ଥିତ ଥିଲେ ।