ଆପଣ ଦେଖିବାକୁ ଖୁବ୍ ପତଳା କି?

ସକାଳ ଡାଏଟରେ ଏପରି କିଛି ଖାଦ୍ୟ ଆଡ୍ କରନ୍ତୁ, ଯାହା ଅଳ୍ପ ଦିନରେ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରପାରିବ।
ଏପରି କିଛି ଖାଦ୍ୟ ରହିଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା କେବଳ ଯେ ଓଜନ ବୃଦ୍ଧ ପାଇବ ତାହା ନୁହେଁ, ଏହା ମଧ୍ୟ ଶରୀରକୁ ଆବଶ୍ୟକୀୟ ଶକ୍ତି ଯୋଗାଇପାରିବ। ତେବେ କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ..
କଦଳୀ ଏବଂ କ୍ଷୀର: କଦଳୀ ହେଉଛି ଏକ ପୁଷ୍ଟିକର ଫଳ, ଯେଉଁଥିରେ ଯଥେଷ୍ଟ ପରିମାଣର କାର୍ବୋହାଇଡ୍ରେଟ୍ ଏବଂ କ୍ୟାଲୋରୀ ଥାଏ। ସେହିପରି କ୍ଷୀର ମଧ୍ୟ ପ୍ରୋଟିନ୍ ଏବଂ କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ। ଯେତେବେଳେ ଏହି ଦୁଇଟି ମିଶ୍ରିତ ହୁଏ, ଏହା ଏକ ଶକ୍ତିଶାଳୀ ମିଶ୍ରଣ ହୋଇଯାଏ ଯାହା ଓଜନ ବୃଦ୍ଧିରେ ସାହାଯ୍ୟ କରିପାରେ।
କିପରି ଖାଇବେ: ସକାଳେ ଖାଲି ପେଟରେ ଗୋଟିଏ କିମ୍ବା ଦୁଇଟି ପାଚିଲା କଦଳୀ ଖାଆନ୍ତୁ ଏବଂ ତା’ପରେ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଅନ୍ତୁ। କ୍ଷୀରରେ ଅଳ୍ପ ମହୁ ମଧ୍ୟ ମିଶାଇ ପିଇ ପାରିବେ।.