ରାଜଧାନୀରେ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ତାପମାତ୍ରା
ଭୁବନେଶ୍ୱର:ସାରା ରାଜ୍ୟରେ ଅସହ୍ୟ ଖରା। ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ୩ୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି।
ରାଜଧାନୀ ଭୁବନେଶ୍ୱରରେ ୮.୩୦ ସୁଦ୍ଧା ୩୨ ଡିଗ୍ରୀ ତାପମାତ୍ରା ଏବଂ ୭୯% ଆଦ୍ରତା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଝାରସୁଗୁଡ଼ାରେ ୪୨.୪, ବଲାଙ୍ଗୀର ୪୧.୭ ଓ ତାଳଚେର ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ସମ୍ବଲପୁର, ରାଉରକେଲାରେ ତାପମାତ୍ରା ୪୧.୪ ଥିବା ବେଳେ ଅନୁଗୁଳ ଓ ସୁନ୍ଦରଗଡ଼ରେ ଏହା ୪୧.୧ ଡିଗ୍ରି ଅନୁଭୂତ ହୋଇଥିଲା। ସେହିପରି କେନ୍ଦ୍ରାପଡ଼ାରେ ୪୧, ସୋନପୁରରେ ୪୦.୯, ହୀରାକୁଦରେ ୪୦.୬, ଟିଟିଲାଗଡ଼ରେ ୪୦.୫, ନୟାଗଡ଼ରେ ୪୦.୩, ବାରିପଦାରେ ୪୦.୨, ଚାନ୍ଦବାଲିରେ ୪୦.୧, କଟକ, ଜଗତସିଂହପୁର ଓ ଭବାନୀପାଟଣାରେ ପାରା ୪୦ ଡିଗ୍ରି ଛୁଇଁଥିଲା।




admin 