ଗୁଳିମାଡରେ ଯୁବକ ଗୁରୁତର
ମୟୂରଭଞ୍ଜ: ବହଳଦା ବାଇପାସ ଛକରେ ଗୁଳିମାଡ । ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକ ଆହତ । ଲୁଟ କରିବାକୁ ଆସି ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା । ଆହତ ଯୁବକ ହେଲେ କୁନାରାମ ଦାସଙ୍କ ପୁଅ ଗୌରବ । ଗୌରବଙ୍କ ପେଟରେ ଗୁଳି ବାଜିଥିବା ବେଳେ କିଛି ଯୁବକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଅବସ୍ଥା ଗୁରୁତର ଥିବାକୁ ତାଙ୍କୁ ଟାଟା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷେ ଗୁଳିମାଡ କରି ଲୁଟେରାମାନେ ଚମ୍ପଟ ମାରୁଥିବା ବେଳେ ଜଣଙ୍କୁ କାବୁ କରି ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକ । ଗୁରୁତର ଅବସ୍ଥାରେ ଲୁଟେରାକୁ ପୁଲିସ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି ।




user2 