ଡିପ୍‌ରେସନ୍‌ରୁ ମୁକ୍ତି ଦେବ ଟମାଟୋ

ଡିପ୍‌ରେସନ୍‌ରୁ ମୁକ୍ତି ଦେବ ଟମାଟୋ

ଭୁବନେଶ୍ୱର : ନ୍ୟିୟୁର୍କର ବିଶେଷଜ୍ଞ ଦଳ ଟମାଟୋ ଉପରେ ଗବେଷଣା କରି ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ଯେ ଯେଉଁବ୍ୟକ୍ତି ମାନେ ସର୍ବଦା ଚିନ୍ତା କିମ୍ବା ଡିପ୍‌ରେସ୍‌ନରେ ରହୁଛନ୍ତି ସେମାନେ ସପ୍ତାହକୁ ୪ କିମ୍ବା ୫ ଥର ଟମାଟୋ ଖାଇଲେ ଲାଭ ମିଳେ । ଖାଲି ଟମାଟୋ ନୁହେଁ ଗାଜର୍‌, କଖାରୁ, ପିଆଜକୁ ମଧ୍ୟ ପରୀକ୍ଷା କରାଯାଇଥିଲା । କିନ୍ତୁ ଏହିସବୁ ପରିବା ଖାଇବା ଦ୍ୱାରା ମାନସିକ ସ୍ଥିତି ଉପରେ ଅତି କମ୍‌ ପ୍ରଭାବ ପଡେ । ଏହି ଅନୁଧ୍ୟାନରେ ୬୫ ବର୍ଷ ବୟସ୍କ ୧,୫୦୦ ଜଣ ବ୍ୟକ୍ତି ସାମିଲ ଥିଲେ । ସପ୍ତାହକୁ ଚାରି କି ପାଂଚ ଥର ବିଲାତି ଖାଉଥିବା ବ୍ୟକ୍ତଙ୍କ ଠାରେ ଡିପ୍ରେରେସନ୍‌ ହେବାର ଆଶଙ୍କା ୫୧ ପ୍ରତିଶତ କମ୍‌ ରହିଛି । ଲାଇକୋପିନ୍‌ ତତ୍ତ୍ୱ ପୂର୍ଣ୍ଣ ଟମାଟୋକୁ ସମସ୍ତ ବର୍ଗର ଲୋକ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଏକ ସୁସ୍ଥ ତଥା ଡିପ୍‌ରେସନ୍‌ମୁକ୍ତ ଜୀବନ ଅତିବାହିତ କରିପାରିବେ ବୋଲି ଗବେଷକମାନେ ମତ ଦେଇଛନ୍ତି ।