ସମସ୍ୟାରୁ ମୁକ୍ତି ଦିଏ ସାଇକେଲ ଚାଳନା

ସୁସ୍ଥ ରହିବା ପାଇଁ ସାଇକେଲ ଚଲାଇବା ଏକ ସହଜ ଉପାୟ। ଯାହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସକ୍ରିୟ ରଖେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ ୩୦ ମିନିଟ୍ ପାଇଁ ସାଇକେଲ ଚଳାଇବା ଆପଣଙ୍କ ରୁଟିନ୍ର ଏକ ଅଂଶ କରନ୍ତି, ତେବେ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିସହିତ କୋଲେଷ୍ଟରଲ ହ୍ରାସ କରିବାରେ ଏବଂ ଗୋଡ଼କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
ସାଇକେଲ ହେଉଛି ଏକ ସରଳ, ସୁଲଭ, ପରିଷ୍କାର ଏବଂ ପରିବେଶ ପାଇଁ ସ୍ଥାୟୀ ପରିବହନର ମାଧ୍ୟମ। ଏହି ସାଇକେଲ ସ୍ବଚ୍ଛ ବାୟୁ ଏବଂ କମ୍ ସମସ୍ୟାରେ ସହାୟକ ହୋଇଥାଏ। ଶିକ୍ଷା, ସ୍ବାସ୍ଥ୍ୟସେବା ଏବଂ ଅସୁରକ୍ଷିତ ଜନସଂଖ୍ୟା ପାଇଁ ଅଧିକ ସୁବିଧାଜନକ କରିଥାଏ। ଏକ ସ୍ଥାୟୀ ପରିବହନ ବ୍ୟବସ୍ଥା ଯାହା ଅଥନୈତିକ ଅଭିବୃଦ୍ଧିକୁ ବି ପ୍ରୋତ୍ସାହିତ କରିଥାଏ, ଅସମାନତାକୁ ହ୍ରାସ କରିଥାଏ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମିଳିତ ଜାତିସଂଘ ତା’ର ଅଫିସିଆଲ ଓ୍ବେବ୍ସାଇଟ୍ରେ ଲେଖିଛି।
ସାଇକେଲ ପରିବହନର ଏକ ସ୍ଥାୟୀ ଧାରା। ପରିବେଶ ଅନୁକୂଳ ଏବଂ ବ୍ୟାୟାମ ପାଇଁ ଅତ୍ୟନ୍ତ ଉତ୍ତମ। ପ୍ରତିଦିନ ସାଇକେଲ ଚଳାଇବା ଦ୍ୱାରା ମାଂସପେଶୀ ଶକ୍ତି ବୃଦ୍ଧି ପାଇଥାଏ। ସାଇକେଲ ଚଳାଇଲେ ମଣିଷ ଖୁସି ଅନୁଭବ କରିଥାଏ ଏବଂ ମନୋବଳ ବଢ଼ିଥାଏ। ବାୟୁ ପ୍ରଦୂଷଣରୁ ଏହା ଆମକୁ ସାହାଯ୍ୟ କରେ।