ରାଜ୍ୟ ସରକାରଙ୍କ ଜିକୋ ଟଲେରାନ୍ସ ନୀତିକୁ ପ୍ରଶଂସା ନକରି ଏମିତି କହିବା ହାସ୍ୟାସ୍ପଦ; ବିଜେଡି

ରାଜ୍ୟ ସରକାରଙ୍କ ଜିକୋ ଟଲେରାନ୍ସ ନୀତିକୁ ପ୍ରଶଂସା ନକରି ଏମିତି କହିବା ହାସ୍ୟାସ୍ପଦ; ବିଜେଡି

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ବୟାନ ଆଶ୍ଚର୍ୟ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ପ୍ରଶଂସା କରିବା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୁର୍ନୀତି ବିରୋଧୀ କାର୍ୟ୍ୟାନୁଷ୍ଠାନ ନେଇ ମଧ୍ୟ ରାଜନୀତି କରିବା ହାସ୍ୟାସ୍ପଦ । ତାଳଚେର ଏମସିଏଲରେ ଚାଲିଥିବା ଦୁର୍ନୀତିକୁ ଅନୁଧ୍ୟାନ କଲେ ଭଲ ହେବ ବୋଲି ସସ୍ମିତ କହିଛନ୍ତି ।