ମାହାଙ୍ଗା ଘଟଣା : ଖେଳ ଶିକ୍ଷକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରଫ
କଟକ : ମାହାଙ୍ଗା ନାବାଳିକା ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ଆତ୍ମହତ୍ୟା କରିଥିବା ଷ୍ପସ୍ଟ କଲେ କଟକ ଗ୍ରାମାଞ୍ଚଳ ଏସପି। ନାବାଳିକାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ କ୍ରୀଡା ଶିକ୍ଷକ ଅନୁପମ ରାୟ ଙ୍କୁ ଗିରଫ କରିବା ସହ ନାବାଳିକାଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ।ଉଭୟଙ୍କ ବିରୋଧ ରେ ପୋକ୍ସ ଧାରାରେ ମାମଲା ରୁଜୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଏସ ପି ମିହିର କୁମାର ପଣ୍ଡା।
ନାବାଳିକାଙ୍କ ମୃତ୍ୟୁ ପର ଦିନ ହିଁ ଏହାକୁ ନେଇ ସନ୍ଦେହ ହେବାରୁ ପୋଲିସ ଅଧିକାରୀ ନାବାଳିକାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିଥିଲେ । କିନ୍ତୁ ନାବାଳିକାଙ୍କ ମୃତ୍ୟୁ ବାତ ମାରିବା ଯୋଗୁଁ ଘଟିଥିବା ପରିବାର ଲୋକ କହିବା ଓ ଲିଖିତ ଭାବେ ପୋଲିସକୁ ଜଣାଇବା ପରେ ପୋଲିସ ସେଠାରୁ ଫେରି ଆସିଥିଲା। ଏହି ମାମଲାରେ କ୍ରୀଡା ଶିକ୍ଷକ ଙ୍କ ମା ଙ୍କୁ ଫୋନ ରେ ଟଙ୍କା ମାଗିବା ପ୍ରମାଣ ନଷ୍ଟ କରିବା ର ଏକ ଅଡିଓ ଭାଇରାଲ ହୋଇଥିଲା। ତେବେ ପଲିସ ତଦନ୍ତ ରେ ପ୍ରମାଣ ପାଇବା ପରେ ଶରତ ନାୟକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରି ଉଭୟଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ପାଇବା ପରେ ଉଭୟଙ୍କୁ ଗିରଫ କରାଯାଇଛି।




admin 